April 26, 2026

ପୁଅକୁ ଆଣିବାକୁ ଯାଇ ଦୁର୍ଘଟଣାରେ ବାପାର ମୃତ୍ୟୁ

cc550316-37ef-4bd5-854a-75fb75672a1a
Share

ବାଲେଶ୍ବର : ପୁଅର ଜନ୍ମଦିନରେ ପୁଅକୁ ଆଣିବା ପାଇଁ ଯିବା ସମୟରେ ଦୁର୍ଘଟଣାରେ ବାପାର ଚାଲିଗଲା ଜୀବନ । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ର କୁଡିଆ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ବୋଲେରୋ ଧକ୍କାରେ ସ୍କୁଟି ଆରୋହୀ ମୃତ।ମୃତକ ହେଲେ ବାଲିଆପାଳ ଥାନା ଘଣ୍ଟିଆଡି ଗ୍ରାମର ପ୍ରହଲ୍ଲାଦ ସାହୁ ବୋଲି ଜଣାପଡିଛି।

ସୂଚନା ଅନୁସାରେ ପ୍ରହଲ୍ଲାଦ ତାଙ୍କ ପୁଅର ଜନ୍ମ ଦିନପାଇଁ ଦିନ ପ୍ରାୟ ୧୧ଟା ସମୟରେ ବାଲିଆପାଳରୁ ନିଜର ସ୍କୁଟି ( OD 01AH8808) ଯୋଗ ବାଲେଶ୍ଵର ସ୍ଥିତ ଝାଡେଶ୍ବର କଲେଜକୁ ନିଜର ପୁଅକୁ ଆଣିବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ଘଟିବା ପରେ ରାଜପଥ ଉପରେ ଯାଉଥିବା ବସ୍ତା ବ୍ଲକର AE କୁଇଲି ଟୁଡୁ ତୁରନ୍ତ ବ୍ଲକ ଗାଡ଼ିରେ ବସ୍ତା ମେଡିକାଲକୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ମୃତ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି।