ଖବର ଆଜିର
*ଖବର ଆଜିର*
ତାରିଖ ୦୯/୦୬/୨୦୨୩ ଶୁକ୍ର ବାର ।
WTC Final: ଦ୍ୱିତୀୟ ଦିନରେ ବି ଅଷ୍ଟ୍ରେଲିଆର ଦବ୍ଦବା, ୧୫୧ ରନରେ ଭାରତର ଆଧା ଟିମ୍ ଆଉଟ୍ ।
ପିଛା ଛାଡୁନି ଟ୍ରେନ ଅଘଟଣ; ଦୁର୍ଗ-ପୁରୀ ଏକ୍ସପ୍ରେସରେ ଲାଗିଲା ନିଆଁ ।
ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ୟୁପିରେ ୨୦୧୭-୨୧ର ପଡ଼ି ରହିଥିବା ଟ୍ରାଫିକ୍ ଚାଲାଣ ରଦ୍ଦ ।
୨୭ ବର୍ଷ ପରେ ଭାରତକୁ ଫେରିଲା ମିସ୍ ଓ୍ବାର୍ଲଡ ପ୍ରତିଯୋଗିତା, ୭୧ ତମ ସଂସ୍କରଣର କରିବ ଆୟୋଜନ ।
+୨ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳ ଘୋଷିତ : କଳାରେ 75.64 % ଓ ଧନ୍ଦାମୂଳକ ଶିକ୍ଷାରେ 67.51 % ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ।
ରାଜଧାନୀର ଭୟଙ୍କର ରିଲ୍ସ । ଖଣ୍ଡା, ବନ୍ଧୁକ ଧରି ରିଲ୍ସ କରି ଲୋକଙ୍କ ମନରେ ଆତଙ୍କ ଖେଳାଉଛନ୍ତି ଅସମାଜିକ ଯୁବକ । ସତର୍କ କରାଇଲା କମିଶନରେଟ୍ ପୋଲିସ ।
ପାଖାପାଖି ୭ ଦିନ ବିଳମ୍ବରେ ମୌସୁମୀ ଛୁଇଁଲା କେରଳ । ଆରବ ସାଗରରେ ‘ବିପର୍ଯ୍ୟୟ’ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଉତର ଦିଗ ମୁହାଁ ।
ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ୨୩ ଜୁନରୁ ଲାଗିବ ଜୋରିମାନା ।
ଓଡିଶା ଉପକୂଳରେ ଡିଆରଡିଓ ଦ୍ୱାରା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର “ଅଗ୍ନି ପ୍ରାଇମ” ର ସଫଳ ପରୀକ୍ଷଣ ।
ଭାରତୀୟ ମୂଳ ବାସିନ୍ଦା ଲଢିବେ ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ଇଚ୍ଛା ।
ବିଶ୍ବ ପାଇଁ ସତର୍କଘଣ୍ଟି: ପ୍ରତି ଦଶନ୍ଧିରେ ୦.୨ ଡିଗ୍ରି ହାରରେ ବଢ଼ୁଛି ବିଶ୍ବ ତାପମାତ୍ରା।
ସୁଧ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ: ବଢ଼ିବନି ଇଏମ୍ଆଇ ।
ଆଫଗାନ ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ବେଳେ ବିସ୍ଫୋରଣ: ୧୫ ମୃତ, ୫୦ରୁ ଅଧିକ ଆହତ ।
ନାଗରିକ ସମାଜ ଓ କୋର୍ଟ ମଧ୍ୟରେ ମତବିନିମୟ ଜରୁରୀ: ସିଜେଆଇ ଚନ୍ଦ୍ରଚୂଡ଼।
ବିହାରର ରୋହତସ ଜିଲ୍ଲାର ବିକ୍ରମଗଂଜରେ ଏକ ବ୍ରିଜ୍ର ସ୍ଲାବ୍ ଓ ପିଲାର ମଧ୍ୟରେ ଫସିଥିବା ୧୧ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି। ପିଲାଟି ଦୁଇ ଦିନ ନିଖୋଜ ରହିବା ପରେ ଜଣାପଡ଼ିଲା ଯେ ନସରିଗଂଜ-ଦାଉଦନଗର ଓଭର୍ ବ୍ରିଜ୍ର ସ୍ଲାବ୍ ଏବଂ ପିଲାର୍ ମଧ୍ୟରେ ସେ ଫସିଯାଇଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ଉପସ୍ଥିତ ଲୋକମାନେ ‘ମୋଦୀ ମୋଦୀ’ ସ୍ଲୋଗାନ ଦେଇ କାର୍ଯ୍ୟକ୍ରମକୁ ଭଣ୍ଡୁର କରିଦେଇଥିଲେ।
ନିରାଡ଼ମ୍ବର ଭାବେ ଝିଅର ବିବାହ କରାଇଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ, ସୀମିତ ଲୋକଙ୍କ ଗହଣରେ ପଡ଼ିଲା ହାତଗଣ୍ଠି ।
ପାକିସ୍ତାନ ପାଖରେ ବୁଝିବାର ଶକ୍ତି ନାହିଁ’: ଅଖଣ୍ଡ ଭାରତ ଫଟୋ’କୁ ନେଇ କଡ଼ା ଜବାବ ଦେଲେ ଏସ୍. ଜୟଶଙ୍କର।
ସୁପ୍ରଭାତ ,ଶୁଭ ସକାଳ ।