ବ୍ଲକ ସଦର ମହକୁମା ନାକ ତଳେ ପାଣି ସମସ୍ୟା l ୨ ଘଣ୍ଟା ଧରି ରାସ୍ତା ରୋକ କଲେ ଗାଁ ମହିଳା l
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ, ତା ୮/୮ କୁନ୍ଦୁରା ବ୍ଲକ ସଦର ମହକୁମା ସ୍ଥିତ ସ୍ଥିତ କାଳିଆ କାଦ ଗାଁ ରେ ପିଈବା ପାଣି ନ ପାଇ ଆଜି କାଳିଆକାଦ ବାଗଦେରୀ ମୁଖ୍ୟ ରାସ୍ତା କୁ ମହିଳା ମାନେ ଏକାଠି ହୋଇ ଅବରୋଧ କରି ରଖିଥିଲେ l ସେମାନଙ୍କ ଅଭିଯୋଗ ହେଲା କାଳିଆକାଦ ତଳ ସାହିରେ ଆଦିବାସୀ ଓ ସାଧାରଣ ବର୍ଗର ଷାଠିଏ ପରିବାର ପାଇଁ ଗୋଟିଏ ମାତ୍ର ନଳକୂପ ରହିଛି l ଯାହାକି ନ ଥିବା ସାଙ୍ଗେ ସମାନ l ଦଶ ହାଣ୍ଡି ପାଣି ମାରିଲେ ଗୋଳିଆ ପାଣି ବାହାରୁଛି l ଅନ୍ୟ ପଟେ ଖରା ଦିନେ ଷାଠିଏ ପରିବାର ପାଇଁ ପର୍ଯ୍ୟାପ୍ତ ପାଣି ଯୋଗାଇ ପାରୁନାହିଁ l ତିନି ବର୍ଷ ତଳେ କୁନ୍ଦୁରାରୁ ପାଇପ୍ ପାଣି ଯୋଗାଇ ଦିଆଯାଉଥିଲା ମାସକୁ ଘର ପିଛା ଶହେ ଟଙ୍କା ଦେଉଥିଲେ l ପର୍ଯ୍ୟାପ୍ତ ପାଣି ପାଉଥିଲେ l କିଛି ସମସ୍ୟା ନ ଥିଲା l କିନ୍ତୁ ଦୁଇ ବର୍ଷ ହେବ ଗାଁ ଉପର ସାହିରୁ ପାଇପ୍ ଜଳ ଯୋଗାଣ ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି କିନ୍ତୁ ଘରକୁ ପାଣି ଆସୁନାହିଁ l ଦୁଇ ବର୍ଷ ହେଲା ପଞ୍ଚାୟତ ରୁ ବ୍ଲକ ଦୌଡ଼ି ଦୌଡ଼ି କିଛି ସୁଫଳ ମିଳିଲାନାହିଁ ତେଣୁ ଆଜି ବାଧ୍ୟ ହୋଇ ରାସ୍ତା ରୋକ କରିଛୁ ବୋଲି କହିଛନ୍ତି ପଦ୍ମା କlନ୍ଦଲିଆ, ଦଇମତି ବିଶଇ, ସେବତୀ ଭୂମିଆ, ରୁକୁଣା କାନ୍ଦଲିଆ, ପ୍ରତିମା ଭୁମିଆ, ନବିନା ଭୁମିଆ ପ୍ରମୁଖ l ଦିର୍ଘ ଦୁଇ ଘଣ୍ଟା ଧରି ରାସ୍ତା ବନ୍ଦ ହେବା ଫଳରେ ଦୁଇ ପାର୍ଶ୍ୱ ରେ ଅନେକ ଯାନବାହାନ ବନ୍ଦ ରହିଥିଲା l ସେଠାରେ କୁନ୍ଦୁରା ପଞ୍ଚାୟତ ନିର୍ବାହୀ ଅଧିକାରୀ ରବିନ୍ଦ୍ର ପୂଜାରୀ ଯାଇ ଗାଁ ଲୋକେଙ୍କ ସହ ଆଲୋଚନା କରି ୧୦ ରୁ ୧୫ ଦିନ ମଧ୍ୟରେ ଏକ ନୂତନ ନଳକୂପ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୁ ହଟି ଥିଲେ l ଗାଁ ରେ ଆଜକୁ ଦୁଇ ଯୋଜନା ହେଲା ଗାଁ ରେ ରହିଛନ୍ତି ବ୍ଲକ ଅଧ୍ୟକ୍ଷ, ଓ ଅଧ୍ୟକ୍ଷା ନିଜ ଗାଁରେ ବ୍ଲକ ଅଧ୍ୟକ୍ଷ ଥିବା ନେଇ ଏକ ନୂତନ ନଳକୂପ କିମ୍ବା ପାଇପ୍ ଜଳ ଯୋଗାଣ ସୁବିଧା ପାଇପାରିବେ ବୋଲି ବହୁ ଆଶା ରଖିଥିଲେ ତଳ ସାହି ଲୋକ ହେଲେ ଅନେକ ଥର କହିବା ସତ୍ତ୍ୱେ ମଧ୍ୟ ସୁଫଳ ମିଳୁନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଲୋକେ l ଏ ନେଇ କୁନ୍ଦୁରା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୂଜାରୀ ଙ୍କ ସହ ଯୋଗାଯୋଗ କରିବାରୁ ଗାଁ ପାଇଁ ପାଇପ୍ ପାଣି ଯୋଗାଣ ପାଇଁ ସମସ୍ତ ବ୍ୟବସ୍ଥା ରହିଅଛି କୌଣସି କାରଣରୁ ତଳ ସାହିକୁ ଯୋଗାଣ ହୋଇ ପାରୁନାହଁ l ତାହା ପାନୀୟ ଜଳ ବିଭାଗ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବେ ଏବଂ ପଞ୍ଚାୟତ ତରଫରୁ ଯଥା ଶୀଘ୍ର ଏକ ନୂତନ ନଳକୂପ ଖନନ ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l