ଓଡିଶା ଡ୍ରାଇଭର ମହାସଂଘ ଆନୁକୂଲ୍ୟ ରେ ବାହୁଡା଼ଯାତ୍ରା ଏବଂ ସୁନାବେଶ ରେ ହଜାର ହଜାର ଭକ୍ତଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି l
ବାହୁଡା଼ଯାତ୍ର ଏବଂ ସୁନାବେଶରେ ଓଡିଶା ଡ୍ରାଇଭର ମହାସଂଘ ର ସଭାପତି ପ୍ରଶାନ୍ତ ମେଣ୍ଡୁଲି, ସମ୍ପାଦକ ଚୈତନ୍ୟ ପ୍ରଧାନ, ସହସମ୍ପାଦକ ଚିତ୍ରସେନ ବେହେରା,ସାଙ୍ଗଠନିକ ସମ୍ପାଦକ ଆଲୋକ ରାଉତ ଏବଂ କୋଷାଧକ୍ଷ ଆଦିତ୍ୟ ବେହେରାଙ୍କ ସହିତ ତିରିଶ ଜିଲ୍ଲାର ୩୧୪ବ୍ଲକ ର ସମସ୍ତ ସଦସ୍ୟ ମାନଙ୍କ ମିଳିତ ସହଯୋଗ ରେ ବଡଦାଣ୍ଡ ରେ ଦୁଇଦିନ କାଳ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିବା ସହିତ ସଫେଇ, ଜଳଛୀଞ୍ଚନ ଇତ୍ୟାଦି ସୁବିଧା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସଙ୍ଘ ପକ୍ଷରୁ ଯୋଗାଇ ଦିଆଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
