ଶ୍ରୀ ଶ୍ରୀ ଅଙ୍କ ପୁରୁଷୋତ୍ତମ ଦେବଙ୍କ ବାହୁଡ଼ା ଯାତ୍ରା ଶାନ୍ତିଶୃଙ୍ଖଳାରେ ସମାପନ
ଖୋର୍ଦ୍ଧା: ( ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ସହରରେ ଶ୍ରୀ ଶ୍ରୀ ଅଙ୍କ ପୁରୁଷୋତ୍ତମ ଦେବଙ୍କ ବାହୁଡ଼ା ଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।ରଥଯାତ୍ରା ଅବସରରେ ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସେବାୟତ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।
