ବିଶ୍ଵ ମହାସାଗର ଦିବସରେ ସମୁଦ୍ର ବେଳାଭୂମି ସଫେଇ
ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା
ସମଗ୍ର ଭାରତ ବର୍ଷରେ ଜୁନ 8 ରେ ବିଶ୍ୱ ମହାସାଗର ଦିବସ ପାଳିତ ହେଉଅଛି l ଚଳିତବର୍ଷର ବିଷୟବସ୍ତୁ ଅନୁସାରେ “ଗ୍ରହ ମହାସାଗର: ଜୁଆର ପରିବର୍ତ୍ତନ”l ମାନବ ଜୀବନରେ ମହାସାଗରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସୁରକ୍ଷା ଦେବା ପାଇଁ ଆବଶ୍ୟକ ପ୍ରୟାସ ବିଷୟରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ ୮ ତାରିଖରେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଏ । ବୈଜ୍ଞାନିକ ତଥା ପରିବେଶବିତଙ୍କ ମତରେ ଏହି ଦିନକୁ ପାଳନ କରିବାର ମୁଖ୍ୟ ଲକ୍ଷ ହେଲା ଜୈବ ବିବିଧତା, ଖାଦ୍ୟ ନିରାପତ୍ତା, ପରିବେଶ ସନ୍ତୁଳନ, ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ସମ୍ବଳର ଅନୈତିକ ବ୍ୟବହାର ଏବଂ ସମୁଦ୍ର ଦ୍ୱାରା ଆସୁଥିବା ବିଭିନ୍ନ ପ୍ରକାରର ଆହ୍ବାନ ବିଷୟରେ ବିଶ୍ୱରେ ସଚେତନତା ସୃଷ୍ଟି କରିବା । ଏହି ପରିପ୍ରେକ୍ଷୀରେ ଗଂଜାମ ଇକୋ ୱାରିୟର ପକ୍ଷରୁ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ସ୍ଥିତ ବଟେଶ୍ୱର ସମୁଦ୍ର ବେଳାଭୂମି ସଫେଇ କରାଯାଇଥିଲା l ସେଠାରୁ ଦୁଇଶହ କେଜି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯିବା ସହ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇକୋ ୱାରିୟର୍ ସଦସ୍ୟ ସିମାଞ୍ଚଳ ଦାସ, ପ୍ରଭାତ ବିଶ୍ଵାଳ, ଦୁର୍ଯ୍ୟଧନ ରେଡ୍ଡୀ, ପ୍ରଣବ କୁମାର ପ୍ରଧାନ,ଗୁରୁନାଥ ରେଡ୍ଡୀ, ଅଖିଳ ତରାଇ,ଅକ୍ଷୟ ପଲାଇ ଓ ବଳରାମ ରେଡ୍ଡୀ ପ୍ରମୁଖ ସାମିଲ ହୋଇଥିଲେ । ସମୁଦ୍ରରେ ପ୍ରାୟ ଏକ ଲକ୍ଷ ପ୍ରଜାତିର ଜୀବ ଅଛନ୍ତି । ସେମାନଙ୍କର ପ୍ରାକୃତିକ ବାସସ୍ଥାନ ହେଉଛି ସମୁଦ୍ର । ତେଣୁ ଆଜିର ଏହି ଦିନରେ ଆମେ ସଂକଳ୍ପ ନେବା ସହ ବିଶ୍ୱବାସୀ, ସମୁଦ୍ର ର ସୁରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। ଇକୋ ୱାରୀଅର ସଦସ୍ୟଙ୍କ ଏହି ମହତ୍ୱ କାର୍ଯ୍ୟକୁ ପ୍ରଶାସନଙ୍କ ଠାରୁ ଆରମ୍ଭ କରି ପରିବେଶବିତ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି l