ସାରଳା ମହାଭାରତ ସମଗ୍ର ମାନବ ଜୀବନର ମାର୍ଗଦର୍ଶିକା
ଆଦିକବି ସାରଳା ଦାସ ସାଧନା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ତିର୍ତ୍ତୋଲ ବ୍ଲକ ସ୍ଥିତ ପୂବପଡା ଉପ୍ରା ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମାନଙ୍କୁ ନେଇ ସାରଳା ସାହିତ୍ୟ ପରିକ୍ରମା ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ଶିକ୍ଷାବିତ୍ , ସାରସ୍ୱତ ସଂଗଠକ ଝୁଲରାମ ଦାସ ଯୋଗଦେଇ ସାରଳା ମହାଭାରତରେ ସାମାଜିକ ଚଳଣି, ସାମାଜିକ ବିଧିବ୍ୟବସ୍ଥା,କୃଷି ଓ କୃଷକ ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ପ୍ରାକ୍ତନ କୃଷି ଅଧିକାରୀ ରବିନ୍ଦ୍ର ନାଥ ସିଂହ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି କର୍ମଶାଳାରେ ଯୋଗଦେଇ ସାରଳା ଦାସଙ୍କ ପୁରାଣ ରଚନା ସମାଜରେ ଯୁଗଯୁଗକୁ ସୁଧାର ଆଣିବା ଲାଗି ସଚେତନ ଧର୍ମୀ ଅଟେ ବୋଲି ମତ ପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ କୃତି ଶିକ୍ଷକ ତଥା ସାହିତ୍ୟାନୁରାଗୀ ସମରେନ୍ଦ୍ର ସାହୁ ତାଙ୍କ ବକ୍ତବ୍ୟରେ ସାରଳା ଦାସ ତାଳପତ୍ର ଓ ଲେଖନୀ ମୁନରେ ଓଡ଼ିଆ ଭାଷା କୁ ରୂପରେଖ ଦେଇନଥିଲେ ଆଜି ଆମେ ଅନ୍ୟ ଭାଷାଭାଷୀ ଅଞ୍ଚଳ ରେ ଜୀବନଯାପନ କରିଥାନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ପଣ୍ଡା ସାରଳା ଦାସଙ୍କୁ ଓଡ଼ିଆ ଭାଷା ସାହିତ୍ୟର ଜନକ ବୋଲି କହିଥିଲେ । ସମ୍ମାନିତ ବକ୍ତା ଭାବେ ସମାଜର ପ୍ରତିନିଧି ଶ୍ରୀକାନ୍ତ ଦାଶ ସାରଳା ଦାସ ଓଡ଼ିଆ ସଂସ୍କୃତିର ବାର୍ତ୍ତାବହ ବୋଲି ଦର୍ଶାଇଥିଲେ । ଅନ୍ୟତମ ବକ୍ତା ଭାବେ କବି ପ୍ରଭାତ ପରିଜା ତାଙ୍କ ବକ୍ତବ୍ୟରେ ସାରଳା ଦାସଙ୍କୁ ଲୋକ ଶିକ୍ଷକ ବୋଲି ବର୍ଣ୍ଣନା କରିଥିଲେ । ଏହି କର୍ମଶାଳାରେ ସାମାଜିକ କର୍ମୀ ଅନିଲ ମହାନ୍ତି, ଅକ୍ଷୟ ମହାନ୍ତି, ଦେବବ୍ରତ ବାରିକ, ପିନାଲି ନାଥ , ସମାଜସେବୀ ସୁବ୍ରତ ଦାଶ ଓ ତିରିଶ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ସବୁଜ ଭକ୍ତ ନାଥ, ଶୁଭଶ୍ରୀ ମଲ୍ଲିକ, ସ୍ନେହା ଲିସା ସାହୁ,ପ୍ରତ୍ୟୁଷା ନାୟକ ବକ୍ତୃତାରେ ସମ୍ମାନିତ ହୋଇଥିଲେ । ଅନୁଷ୍ଠାନର ସଂପାଦକ ଚୌଧୁରୀ ରାଧାମୋହନ ପରିଜା ଧନ୍ୟବାଦ ଦେଇଥିଲେ ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
