October 28, 2026

ଉମରକୋଟ ଖୁଟଖୁଡି ଓ କୁକୁଡ଼ା ଗାଲି ଉପରେ ପୋଲିସ ର ଚଢାଉ…….

IMG-20260725-WA0011
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧିକାରୀ ଯୁଗଳ ଶବରଙ୍କ ନେତୃତ୍ୱରେ ଏସଆଇ ସଞ୍ଜୟ ମଣ୍ଡଳ,ଏଏସଆଇ ମଳୟ କୁମାର ମିଶ୍ର, କନଷ୍ଟେବଳ ଘାସିରାମ ମାଝୀ, କନଷ୍ଟେବଳ ପରମେଶ୍ୱର ସାନ୍ତା, ହୋମଗାର୍ଡ ବଳରାମ ଶର୍ମା ଙ୍କ ନେତୃତ୍ୱରେ ଉମରକୋଟ ବ୍ଲକ ଅନ୍ତର୍ଗତ ଇଙ୍ଗରା ଗ୍ରାମରେ ଦୁଇଟି ଜାଗାରେ ଖୁଡୁଖୁଡି ଖେଳ ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉ ସମୟରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ କୋପେନା ପଞ୍ଚାୟତ ଇଙ୍ଗରା ଗ୍ରାମର ଦୟନୁ ସାନ୍ତା (୪୨), ଜଗବନ୍ଧୁ କଲାର (୪୦) ଓ ଭାମିନୀ ଗ୍ରାମର ମହେନ୍ଦ୍ର ହରିଜନ (୪୨),ଦେବ ହରିଜନ (୪୦)। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ନଗଦ ୩୨୦୦ ଟଙ୍କା ଓ ଖୁଡୁଖୁଡି ଖେଳ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ। ଠିକ ସେହିପରି ଝରିଗାଁ ବ୍ଲକ ତେନ୍ତୁଳି ଗାଁ ରେ କୁକୁଡା ଗାଲି ଖେଳ ରେ ଚଢାଉ କରାଯାଇଥିଲା। ଏହି କୁକୁଡ଼ା ଗାଲି ଖେଳରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ତେନ୍ତୁଳି ଗାଁ ମିଟୁ ଗଣ୍ଡ (୫୦), ଭଗବାନ ପନକା(୬୧) ଓ ବକଡା ବେଡା ଗ୍ରାମର ନିଧୀ କଲାର (୩୮)। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୨୬୦୦ ନଗଦ ଟଙ୍କା ସହିତ ୫ ଟି କୁକୁଡ଼ା ଏବଂ କୁକୁଡ଼ା ଲଢ଼େଇ ପାଇଁ ବ୍ୟବହୃତ ୫ ଟି ଛୁରୀ ଜବତ କରିଥିଲେ।.

You may have missed