July 24, 2026

ମୂଳିସିଂହ ଆଦର୍ଶସ୍କୁଲ ରେ ଖୋଲିଲା ଛାତ୍ରୀନିବାସ ଓ ଛାତ୍ରାବାସ

IMG-20260723-WA0096
Share

      ତିର୍ତ୍ତୋଲ ତା 23/7/2026: ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ଅଧିନ ମୂଳିସିଂହ ( ହରସିଂପୁର ) ଠାରେ ପୂର୍ବରୁ ଚାଲିଆସିଥିବା ଆଦର୍ଶ ବିଦ୍ୟାଳୟ ଆଠଏକର. ଉଣେଇଶି ଡିସମିଲ ଜମିଉପରେ ନିର୍ମାଣ କରାଯାଇ ଥିଲାବେଳେ ଏଠାରେ ଷଷ୍ଠଶ୍ରେଣୀ ଠାରୁ ଦଶମଶ୍ରେଣୀ ପଯ୍ୟନ୍ତ 398 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ l ଏଥିରେ ନିବେଦିତା ପଟ୍ଟନାୟକ ଅଧ୍ୟକ୍ଷା ଙ୍କ ସହିତ ମୋଟ ପନ୍ଦରଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ କର୍ମଚାରୀ ମାନେ କାର୍ଯ୍ୟ କରି ଆସୁଛନ୍ତି l ବିଦ୍ୟାଳୟ ନିର୍ମାଣକାର୍ଯ୍ୟ ସରିଥିବାରୁ ପାଠପଢା ଠିକଭାବରେ ଚାଲିଥିଲା l ମାତ୍ର ହଷ୍ଟେଲ ନଥିବାରୁ ଦୂରଦୁରାନ୍ତ ର ପିଲାମାନଙ୍କୁ ବୋଲର, ଟାଟାଏସି ଓ ଅଟୋ ରେ ଆସି କ୍ଲାସ କରିବାକୁ ପଡୁଥିଲା l ହେଲେ ହଷ୍ଟେଲନିର୍ମାଣ କାର୍ଯ୍ୟ ସରିବାପରେ ଗତ ସତର ତାରିଖରେ ନୂତନଗୃହପ୍ରତିଷ୍ଠା କରାଯିବାପରେ ଗତ ବୁଧବାରଦିନ ଏହି ଶହେଶହେ ଶଯ୍ୟାବିଶିଷ୍ଟ ହଷ୍ଟେଲ ରେ 53 ଜଣବାଳିକା ଓ 52 ଜଣ ବାଳିକା ଏଠାରେ ରହିବାପାଇଁ ସୁଯୋଗଲାଭ କରିଥିବାରୁ ଅବିଭାବକ ମାନଙ୍କମହଲ ରେ ଆଶ୍ବସ୍ତି ପ୍ରକାଶପାଇଛି l ହେଲେ ପିଲାମାନଙ୍କପାଇଁ ଖେଳପଡିଆ, ଫୁଲବଗିଚା ଆଦି ଆଉକେତେକ ପ୍ରକଳ୍ପ କାମ ଚାଲିଛି l ଅନ୍ୟାନ ଅନୁସଙ୍ଗିକ ନିର୍ମାଣକାର୍ଯ୍ୟ କୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାପାଇଁ ବିଭାଗୀୟ କର୍ତ୍ତ୍ତୃପକ୍ଷ ଯଥାର୍ଥ ଦୃଷ୍ଟିଦେବାନିମନ୍ତେ ସାଧାରଣରେ ଦାବୀ ହେଉଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed