ଗଜପତି ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ର କୋଠଗୃହ ଉଦଘାଟନ କଲେ ବିଧାୟକ
ଗଜପତି ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ର କୋଠଗୃହ ଉଦଘାଟନ କଲେ ବିଧାୟକ ପାରଳାଖେମୁଣ୍ଡି – ଆଜି ଗଜପତି ଜିଲ୍ଲା ପୌର ପରିଷଦ ୱାଡ ନମ୍ୱର୍ 2 ରେ ଥିବା ଷୋହଳ ଖଣ୍ଡ ଗୋପାଳ ସମାଜ ର କୋଠଗୃହ ର ଶୁଭ ଉଦଘାଟନ କଲେ ବିଧାୟକ ରୁପେସ ପାଣିଗ୍ରାହୀ , ଏହି କୋଠଗୃହ କାର୍ଯ୍ୟ ଦିର୍ଘ 6ମାସ ହେବ ଚାଲିଥିଲା, ବିଧାୟକ ଙ୍କ ପାଣ୍ଠି ରୁ 3ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା, ଚଳିତ ସପ୍ତାହରେ କାର୍ଯ୍ୟ ଶେଷ ହୋଇ ଆଜି ବିଧାୟକ ଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା, ପ୍ରଥମେ ବିଧାୟକ ଓ ଆସିଥିବା ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ପୌର ଅଧକ୍ଷ ନିର୍ମଳା ସେଠୀ, କାର୍ଯ୍ୟ ନିର୍ବାହୀଅଧିକାରୀ ଲକ୍ଷ୍ମଣ ମୁର୍ମୁ , ସ୍ଥାନୀୟ ୱାଡ ସଭ୍ୟା କେ ଝାନସି, ଗୋପାଳ ସମାଜ ସଦସ୍ୟ ଖଦାଲ ଗୌଡ ସହ ସମସ୍ତ ସହଳଖଣ୍ଡ ଗୋପାଳ ସମାଜ ସଦସ୍ୟ ମାନେ ଉପସ୍ଥିତ ଥିଲେ
