July 22, 2026
IMG-20260722-WA0040
Share

ବାଲେଶ୍ବର , ସୋର

( ଦେବାଶିଷ ଦାଶ )

ବାଲେଶ୍ବର ଜିଲ୍ଲା ସୋର ରେ ଆନ୍ତଃ ଜିଲ୍ଲା ଛିନ୍ତାଇ ଗ୍ୟାଙ୍ଗର ୩ ସଦସ୍ୟଙ୍କ ସମେତ ୪ ଗିରଫ

ସୁନା ଅଳଙ୍କାର,ନଗଦ ୧ ଲକ୍ଷ ଟଙ୍କା ଜବତ। ଆନ୍ତଃ ଜିଲ୍ଲା ଛିନ୍ତାଇ ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଛିନ୍ତାଇ ହୋଇଥିବା ସୁନା ଅଳଙ୍କାର ଓ ଚୋରି ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ଜଣେ ସୁନା ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି।ଆଜି ସୋର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଲୁଟେରାଙ୍କ ସଂପର୍କରେ ସୂଚନା ଦେଇଛି।ଗିରଫ ଲୁଟେରା ମାନଙ୍କ ନାମରେ ସୋର, ବାଲେଶ୍ୱର ସଦର, ବାଲେଶ୍ୱର ଟାଉନ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରାୟ ୧୫ ରୁ ଅଧିକ ଛିନ୍ତାଇ ଓ ଲୁଟ୍‌ ମାମଲା ରହିଛି । ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୪ ହଜାର ୫୦୦ ଟଙ୍କା, ପ୍ରାୟ ୧୫ ଗ୍ରାମ ସୁନା ଅଳଙ୍କାର, ୧ କିଲୋଗ୍ରାମ ରୂପା, ଗୋଟିଏ ସ୍କୁଟି ଓ ଗୋଟିଏ ପଲ୍ସର ମୋଟରସାଇକେଲ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଅପରାହ୍ନ ୩ ଟାରେ କୋର୍ଟ ଚାଲାଣ କରିଛି ସୋର ପୋଲିସ.