June 21, 2026

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନିମନ୍ତେ ପ୍ରସ୍ତୁତି ବୈଠକ

IMG-20230607-WA0021
Share

*ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନିମନ୍ତେ ପ୍ରସ୍ତୁତି ବୈଠକ*

ପାରଳାଖେମୁଣ୍ଡି , ତା.୦୭.୦୬.୨୦୨୩

ଗଜପତି ଜିଲ୍ଲା ସଦରମହକୁମା ଠାରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳକଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଓ ଶ୍ରୀ ବୀରେନ୍ଦ୍ର କୁମାର ଦାସ (ରାଜସ୍ବ) ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ପ୍ରଭାସ କୁମାର ବେହୁରା, ଉପସ୍ଥିତ ରହିଥିଲେ। ସେହିପରି ଜିଲ୍ଲାର କାଶୀନଗର , ନୂଆଗଡ ଓ ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିବା ବେଳେ ଅନ୍ୟ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ପାରଳାଖେମୁଣ୍ଡି ପୌରପରିଷଦ,କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଭର୍ଚୁଆଲ ମୋଡ ମାଧ୍ୟମରେ ଯୋଗଦାନ କରିଥିବା ବେଳେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲ୍ଲା ବିପର୍ଯ୍ୟୟ ପ୍ରବନ୍ଧନ ପରାମର୍ଶଦାତା ଶ୍ରୀ ପ୍ରଦୋଷ କୁମାର ଶତପଥୀ ବିପର୍ଯ୍ୟୟ ପରିଚାଳନା ବିଷୟରେ ଉପସ୍ଥାପନା କରିଥିଲେ। ଆସନ୍ତା ୧୮ ଓ ୧୯ ତାରିଖରେ ଦୁଇଦିନ ଧରି ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନାରେ ଅଭ୍ୟାସ ନିମନ୍ତେ
ଟେବୁଲ ଟପ ଏକ୍ସର ସାଇଜ ଓ ମକ ଡ୍ରିଲ୍ ପ୍ରସ୍ତୁତିର ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରାଜ୍ୟର ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା, ବାତ୍ୟା, ଭୂସ୍ଖଳନ
ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣ ଧନ, ଜୀବନକୁ କିପରି ରକ୍ଷା କରି ପାରିବା ସେ ନେଇ ଆଲୋଚନା କରାଯାଇଥିଲା।ଗଜପତି ଜିଲ୍ଲାକୁ ବିପର୍ଯୟ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ କାର୍ଯ୍ୟଦକ୍ଷତା ଏବଂ କୁଶଳତାକୁ ସଠିକ ଭାବେ କାର୍ଯ୍ୟକ୍ରମ କରାଇବା , ବିଶେଷ କରି ଜିଲ୍ଲାର ସାଧାରଣତଃ ସ୍ବାସ୍ଥ୍ୟ, ପ୍ରାଣୀଚିକିତ୍ସା, ଆର ଡାବ୍ଲୁ ଏସଏସ , ବିଦ୍ୟୁତ, ବିଭାଗୀୟ ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ ସବୁ ବିଭାଗର ଅଧିକାରୀ, ବିଡ଼ିଓ, ତହସିଲଦାର ଏବଂ ଅନ୍ୟ ପଦସ୍ଥ ଅଧିକାରୀ ମାନେ କିପରି ନିଜ ନିଜ ବିଭାଗ ଦ୍ଵାରା ଏହାକୁ ପରିଚାଳନା କରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏକ କାଳ୍ପନିକ ବାତ୍ୟା ସାଙ୍ଗକୁ ନେଇ ଏକ ମକ୍ ଡ୍ରିଲ କରିବା ସହିତ ଏହାର କିପରି ମୁକାବିଲା କରିବେ ସେ ଦିଗରେ ଏକ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସର ସାଇଜ କରାଯିବ ବୋଲି ଆଲୋଚନା କରାଯାଇଛି।
ସେହିପରି ଟେବୁଲ ଟପ ଏକ୍ସର ସାଇଜ ଓ ମକ୍ ଡ୍ରିଲର ଜିଲ୍ଲାରେ ବର୍ଷା ଦିନେ ସମ୍ଭାବ୍ୟ ବାତ୍ୟା, ଘୂର୍ଣ୍ଣିବଳୟ, ବନ୍ୟା ଓ ଭୂସ୍ଖଳନ ପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।