September 13, 2026

ଜାତୀୟ ବକ୍ସିଂ ଚାମ୍ପିଅନ୍ ସିପ୍ କୁ ମନୋନୀତ ନିରଞ୍ଜନ ଆଙ୍କୁଲଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା

6b98084c-b766-4d66-9568-e580af97c367
Share


ପାରଳାଖେମୁଣ୍ଡି, ତା. 07-06-2023,
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଣ୍ଡରା ସାହି ବାସିନ୍ଦା ନିରଞ୍ଜନ ଆଙ୍କୁଲ ଗତ ତା. 21-05-2023 ରିଖରେ ଓଡିଶା ଆମୋଚର ବକ୍ସିଂ ଆସୋସିଏସନ ଆନୁକୁଲ୍ୟରେ ରାଉଲକେଲାରେ ଅନୁଷ୍ଠିତ ହୋଇଥିବା ଷଷ୍ଠତମ ଯୁବ ପୁରୁଷ ଓ ମହିଳା ଚୟନ ଟ୍ରାଏଲ୍ ରେ ଭାଗନେଇ କୃତକାର୍ଯ୍ୟ ହୋଇ ଜାତୀୟ ବକ୍ସିଂ ଚାମ୍ପିୟନସ୍ ପାଇଁ ମନୋନୀତ ହୋଇଛନ୍ତି।
ସେ ଜଣେ ଗରୀବ ପରିବାରର ବ୍ୟକ୍ତି ହୋଇଥିଲେ ମଧ୍ୟ ନିଜର ଚେଷ୍ଟା ଏବଂ ମନୋବଳ ଯୋଗୁଁ ସେ ଜାତୀୟ ସ୍ତର ପାଇଁ ମନୋନୀତ ହେବା ଜିଲ୍ଲାପାଇଁ ଗର୍ବ ଆଣିଛି। ଏହାସହ ନିରଞ୍ଜନ ତାଙ୍କର ପ୍ରଶିକ୍ଷକ ଶ୍ରୀଯୁକ୍ତ ରାମକୃଷ୍ଣ ବେଣିଆଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଯେ ପ୍ରଶିକ୍ଷକଙ୍କର ସହଯୋଗ ଏବଂ ପ୍ରଶିକ୍ଷଣ ତାଙ୍କୁ ଜାତୀୟ ସ୍ତରକୁ ଆଣିବାରେ ବହୁତ ଅବଦାନ ଅଛି।
ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ନିରଞ୍ଜନ ଆଙ୍କୁଲଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିବା ସହ ଆବଶ୍ୟକ ସହଯୋଗ ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଭବିଷ୍ୟତରେ ନିରଞ୍ଜନଙ୍କର ଏହି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ହେଉ ବୋଲି କାମନା କରି ଜିଲ୍ଲା ଏବଂ ରାଜ୍ୟ ପାଇଁ ଏହା ଏକ ଗର୍ବ ବୋଲି ମତାମତ ଦେଇଥିଲେ।