July 21, 2026

ଡ଼ିମିରିଆ ଗ୍ରାମରେ ବଜ୍ରପାତ ଘଟି ଜଣେ ଚାଷୀର ମୃତ୍ୟୁ 

IMG-20260720-WA0078
Share

 

 

 

ହାଟଡିହି(ମନମୋହନ ନାୟକ) : ନନ୍ଦିପଦା ଥାନା ଡ଼ିମିରିଆ ଗ୍ରାମରେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ହେଲେ ଗ୍ରାମର ଶ୍ରୀନିବାସ ରାଉଳ ଙ୍କ ପୁଅ ମିଥୁନ ରାଉଳ (ସିପୁ )(୨୫) । ମିଥୁନ ଆଜି ଅପରାହ୍ନରେ ବିଲକୁ ଟ୍ରାକ୍ଟର ନେଇ ହଳ କରାଇବା ପାଇଁ ଯାଇଥିବା ବେଳେ ଟ୍ରାକ୍ଟର ହଳ କରୁଥିବା ବେଳେ ସେ ହିଡରେ ଠିଆ ହୋଇଥିଲେ। ଅପରାହ୍ନ ୫ଟା ବେଳେ ହଠାତ ବର୍ଷା ସହ ବଜ୍ରପାତ ଘଟିଥିଲା। ଘଟଣା ସ୍ଥଳରେ ସେ ପଡିଯିବା ପରେ ସାଙ୍ଗରେ ଥିବା କିଛି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ଶାଳନିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାକାର ଡାକ୍ତର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ରେଫର କରିଥିଲେ। ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ନନ୍ଦିପଦା ଥାନାରେ ୟୁ ଡ଼ି କେସ ନଂ ୧୪/୨୦୨୬ ରେ ଏକ ମାମଲା ରୁଜୁ ହୋଇଛି।

You may have missed