September 6, 2026

ଅସୁରଗଡ଼ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କଲେ ସମ୍ବଲପୁର ସାଂସଦ

IMG-20260906-WA0061
Share

ବରଗଡ଼: ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅଞ୍ଚଳରେ ଥିବା ପ୍ରାଚୀନ ‘ଅସୁରଗଡ଼’ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କରିଛନ୍ତି ସମ୍ବଲପୁର ସାଂସଦ। ପରିଦର୍ଶନ ସମୟରେ ଏଏସଆଇ ଅଧିକାରୀ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଅସୁରଗଡ଼ର ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ନେଇ ଆଲୋଚନା କରିଥିଲେ।

ଖୋଦନ ସମୟରେ ମିଳିଥିବା ବିଭିନ୍ନ ପ୍ରାଚୀନ ଅବଶେଷ, ମୃତ୍‌ପାତ୍ର ଓ ସଭ୍ୟତାର ପ୍ରମାଣଗୁଡ଼ିକୁ ସାଂସଦ ପ୍ରତ୍ୟକ୍ଷ ଭାବେ ଦେଖିଥିଲେ। ଏହି ପ୍ରାଚୀନ ସ୍ଥଳୀ ଆମ ସମୃଦ୍ଧ ଇତିହାସ, ସଂସ୍କୃତି ଓ ସଭ୍ୟତାର ଏକ ମହତ୍ତ୍ୱପୂର୍ଣ୍ଣ ଧରୋହର ବୋଲି ସେ ମତ ପ୍ରକାଶ କରିଥିଲେ।

ଏଏସଆଇ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ସ୍ଥାନୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ମିଳିତ ସହଯୋଗରେ ଅସୁରଗଡ଼ ଉପରେ ଗବେଷଣାକୁ ଆହୁରି ଆଗକୁ ନିଆଯିବା ସହ ଏହାକୁ ଲୋକଲୋଚନକୁ ଆଣିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।

ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇତିହାସ ପ୍ରତି ଆଗ୍ରହ ବଢ଼ିବା ସହ ପର୍ଯ୍ୟଟନର ବିକାଶ ଓ ସ୍ଥାନୀୟ ଅର୍ଥନୈତିକ ପ୍ରଗତିକୁ ନୂତନ ଦିଗ ମିଳିବ ବୋଲି ସାଂସଦ ଆଶା ପ୍ରକାଶ କରିଥିଲେ। ଅସୁରଗଡ଼ର ଏହି ପ୍ରାଚୀନ ଐତିହ୍ୟକୁ ସଂରକ୍ଷଣ କରି ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଥିଲେ।

You may have missed