July 21, 2026

ମୁଜାଗଡ଼ ଗ୍ରାମର ଏକ ରାସ୍ତା କଡରେ ଶିଶୁ ପୁତ୍ର ଉଦ୍ଧାର …

IMG-20260720-WA0077
Share

 

 

ବେଲଗୁଣ୍ଠା (ସୁକାନ୍ତ କୁମାର ନାୟକଙ୍କ)ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗତ ଗ୍ରାମ ଜାତୀୟ ରାଜପଥ ନିକଟରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ସୋମବାର ମୁଜାଗଡ଼ ଗ୍ରାମ ରାସ୍ତା କଡ଼ରେ ଏକ ଶିଶୁ କାନ୍ଦିବାର ସ୍ଥାନିୟ ଲୋକ ଦେଖି ତାଙ୍କୁ ଉଦ୍ଧାର କରିଥିଲେ । ଶିଶୁଟିକୁ ମୁଜାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ତାର ସ୍ୱାସ୍ଥ୍ୟ ପରିକ୍ଷ୍ୟା କରିଥିଲେ ଏବଂ ଶିଶୁଟି ସମ୍ପୁର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଥିଲେ । ଶିଶୁଟି କାହାର ଜଣାପଡି ନାହିଁ । ଅବାଞ୍ଛିତ ମାତୃତ୍ବ ରୁ କୌଣସି ମହିଳା ଏହି ପ୍ରକାର କାର୍ଯ୍ୟ କରିଥିବା ଏଠାରେ ଚର୍ଚ୍ଚା ହେଉଛି ।

You may have missed