July 21, 2026

ଇମାମି ନଗର ରଥଉତ୍ସବ … ଶ୍ରୀ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ରାସଲୀଳାରେ ମୁଗ୍ଧ ଶ୍ରଦ୍ଧାଳୁ …

IMG-20260719-WA0071
Share

ରେମୁଣା ( ଦେବାଶିଷ ଦାଶ )

ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳସ୍ଥିତ ଇମାମି ନଗର ଶ୍ରୀ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ଏବର୍ଷ ରଥଉତ୍ସବ ଅତ୍ୟନ୍ତ ଭକ୍ତିମୟ, ଭବ୍ୟ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ଲାଭ ପାଇଁ ଶହସ୍ରାଧିକ ଶ୍ରଦ୍ଧାଳୁ ମେଳାପଡ଼ିଆକୁ ଏକ ପବିତ୍ର ତୀର୍ଥକ୍ଷେତ୍ରର ରୂପ ଦେଇଛନ୍ତି।

ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ସାଢ଼େ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ତୁଳସୀ ଅଭିଷେକ ଗମ୍ଭୀର ମସ୍ତ୍ରୋଚ୍ଚାରଣ ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଥିଲା । ପରବର୍ତ୍ତୀ ସମୟରେ ଅପରାହ୍ଣ ସାଢ଼େ ୩ଟାରୁ ୫ଟା ପର୍ଯ୍ୟନ୍ତ ଭଜନ ମଣ୍ଡପରେ ରଙ୍ଗୋଲି ପ୍ରଦର୍ଶନୀ ଦର୍ଶକମାନଙ୍କ ହୃଦୟକୁ ଆକର୍ଷିତ କରିଥିଲା I ସନ୍ଧ୍ୟାରେ ଗଣେଶ ବନ୍ଦନାର ଭକ୍ତିମୟ ସଙ୍ଗୀତ ପରିବେଶକୁ ଆଧ୍ୟାତ୍ମିକ ମାଧୁର୍ଯ୍ୟରେ ଭରିଦେଇଥିଲା । ଓଡ଼ିଶୀ ନୃତ୍ୟ ଶିଳ୍ପୀ ସୁଜାତା ମହାପାତ୍ର ଓ ତାଙ୍କ ଦଳ ଦ୍ବାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା I

ପରେ ହରିଦ୍ଵାରରୁ ଆସିଥିବା ପ୍ରତିଷ୍ଠିତ କଳାସଂସ୍ଥା ଦ୍ବାରା ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳାକଥା ଉପରେ ଆଧାରିତ ରାସଲୀଳା ପ୍ରସ୍ତୁତି ଦର୍ଶକମାନଙ୍କୁ ଆଧ୍ୟାତ୍ମିକ ଆନନ୍ଦରେ ଭସାଇ ଦେଇଥିଲା I ରାସଲୀଳାର ସୁମଧୁର ସଙ୍ଗୀତ, ଭାବବ୍ୟକ୍ତି ଓ ନୃତ୍ୟର ସୁନ୍ଦର ସମନ୍ବୟ ସମସ୍ତଙ୍କୁ ଭାବବିହ୍ବଳ କରିଥିଲା । ରାତି ୮ଟା ୪୫ରେ ଶୟନ ଆରତି ଗଭୀର ଭକ୍ତି ଓ ଶାନ୍ତିମୟ ପରିବେଶରେ ସମ୍ପନ୍ନ ହୋଇଥିଲା I