September 8, 2026

ସିକୋ ଛାତ ଭୁଶୁଡ଼ି ଘଟଣା: ଆଜି ଘଟଣାସ୍ଥଳ ପରିଦର୍ଶନ କଲେ ବେଗୁନିଆ ବିଧାୟକ

IMG-20260719-WA0066
Share

 

 

 

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକର ସିକୋ ଗ୍ରାମରେ ଘଟିଥିବା ଛାତ ଭୁଶୁଡ଼ି ପଡ଼ିବା ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆଜି ବେଗୁନିଆ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।ସେ କ୍ଷତିଗ୍ରସ୍ତ ପରିବାର ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏଥିସହ ସମ୍ପୃକ୍ତ ଅଧିକାରୀମାନଙ୍କ ସହ କଥା ହୋଇ କ୍ଷତିର ଆକଳନ ଏବଂ ଆବଶ୍ୟକ ସରକାରୀ ସହାୟତା ଯଥାଶୀଘ୍ର ଯୋଗାଇ ଦେବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାର ତଦନ୍ତ କରି ପ୍ରଭାବିତ ପରିବାରକୁ ଆବଶ୍ୟକ ସହଯୋଗ ପ୍ରଦାନ ପାଇଁ ପଦକ୍ଷେପ ନେଉଥିବା ସୂଚନା ମିଳିଛି।

You may have missed