June 27, 2026

ମୋହନା ବ୍ଲକର ଖାରିକୁଆ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳ ବିକଳ ,ନାହିଁ ନଳକୂପ , କୂଅ ଓ ନଦୀର ଦୂଷିତ ପାଣି ହିଁ ଭରସା

IMG-20230606-WA0015
Share

ମୋହନା ବ୍ଲକର ଖାରିକୁଆ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳ ବିକଳ ,ନାହିଁ ନଳକୂପ , କୂଅ ଓ ନଦୀର ଦୂଷିତ ପାଣି ହିଁ ଭରସା

ପାରଳାଖେମୁଣ୍ଡି:୬/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ l ଗ୍ରୀଷ୍ମ ଦିନ ଆସିଲେ ମୋହନା ବ୍ଲକର ବହୁ ଗ୍ରାମରେ ଦେଖାଯାଏ ଜଳକଷ୍ଟ ଜଳ ଟୋପାଏ ପାଇବା ପାଇଁ ଲୋକେ ଡହଳ ବିକଳ । ଏଭଳି ଏକ ଗ୍ରାମ ହେଉଛି ମୋହନା ପଞ୍ଚାୟତ ଅଧିନ ୨ ନମ୍ବର ୱ।ର୍ଡ ଖାରିକୁଆ ଗାଁ । ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟଠାରୁ ମାତ୍ର ୩ କିମି ଦୂରରେ ଏହି ଗ୍ରାମ ଅବସ୍ଥିତ।ଏହି ଗାଁରେ ୨୦ଟି ପରିବାରର ପ୍ରାୟ ୧୨୦ ଜଣ ଲୋକ ବସବାସ କରନ୍ତି। ପରିବାରର ମୁରବିମାନେ କୁଲି ମଜୁରୀ କାମ କରିବା ସହ ବନ୍ୟଜାତ ସାମଗ୍ରୀ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ଏଠାକାର ଲୋକେ ପାନୀୟ ଜଳ ଅଭାବରୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଗାଁରେ ଗୋଟିଏ ବି ନଳକୂପ ନାହିଁ। ଗାଁ ଶେଷ ବିଲ ମଧ୍ୟରେ ଦୀର୍ଘ ୪୦ ବର୍ଷ ପୂର୍ବେ ଖୋଳାଯାଇଥିବା ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଏକ କୂଅଁର ଦୂଷିତ ଜଳକୁ ଛାଣି ପାନୀୟ ଜଳ ଭାବେ ବ୍ୟବହାର କରନ୍ତି। ଗ୍ରୀଷ୍ମ ଦିନ ଆସିଲେ କୂଅର ପାଣି ଶୁଖିଯାଏ । ଏଣୁ ଗ୍ରାମବାସୀ ବର୍ଷ ତମାମ ୧ କିମି ଦୂରରେ ବହିଯାଉଥିବା ହରଭଙ୍ଗୀ ନଦୀର ଦୂଷିତ ଜଳକୁ ପାନୀୟ ଜଳ, ସ୍ନାନ, ଶୌଚ଼ ଓ ରୋଷେଇ କାର୍ଯ୍ୟ ନିମନ୍ତେ ଭରସା କରନ୍ତି। ନଦୀର ଦୂଷିତ ଜଳ ପିଇ ଲୋକେ ବିଭିନ୍ନ ସମୟରେ ପେଟ ରୋଗର ଶୀକାର ହେଉଥିବା ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ହେଲା ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ବିଡିଓ, ସରପଞ୍ଚ, ସମିତି ସଭ୍ୟଙ୍କୁ ଲିଖିତ ଭାବେ ଅଭିଯୋଗ କରି ଆସୁଥୁଲେ ମଧ୍ୟ ସୁଫଳ ମିଳୁନଥିବା ଗ୍ରାମର ୱ।ର୍ଡ ମେମ୍ବର ପରି ଶବର,ମାର୍ତା ଶବର,ମେରୀ ଗମାଙ୍ଗ, ବିଜୟନ୍ତି ଶବର, ଶାନ୍ତନୀ ଶବର,ଏମି ଗମାଙ୍ଗ, ଇନ୍ଦୟୀ ଶବର, ଡ଼ାନିଏଲ ଶବର,ଶାନ୍ତିଏଲ ଶବର, ବିଞ୍ଜାମିନ ଗମାଙ୍ଗ, କଏନ ଶବର ଅଭିଯୋଗ କରିଛନ୍ତି।