ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ଯୋଗାଣ ସହାୟକ ସଙ୍ଗ,ରାଜଧାନୀ ର ଲୋୟର ପି ଏମ ଜି ରେ ଧାରଣା ଜାରି …

ଭୁବନେଶ୍ୱର, ଓଡିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ଦୁଇ ଦିନ ଧରି ରାଜ୍ୟ ରାଜଧାନୀ ଭୁବନେଶ୍ୱର ର ମୁଖ୍ୟ ରାଜ ପଥ ଲୋୟର ପି ଏମ ଜି ଛକରେ ଓଡିଶା ର ବିଭିନ୍ନ ଜିଲ୍ଲାର ଗ୍ରାମ ପଞ୍ଚାୟତ ଗୁଡିକ ରେ କାର୍ଯ୍ୟରତ ପ୍ରାୟ ତିନି ହଜାର ରୁ ଉର୍ଦ୍ଧ ଯୋଗାଣ ସହାୟକ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ରେ ବସିଛନ୍ତି। ଏ ମାନଙ୍କ ଦାବୀ କୁ ଯାତାର୍ଥ ଭାବି ବିଭିନ୍ନ ଦଳର ନେତା ମାନେ ଧାରଣା ସ୍ଥଳକୁ ଆସି ସମର୍ଥନ ଦେଉଥିବା ସହ ଆଗାମୀ ବିଧାନସଭା ରେ ଏହି ବିଷୟ ଉଠାଇ ସମାଧାନ କରିବା ନିମନ୍ତେ ଦାବୀ ରଖିବେ ବୋଲି ଘୋଷଣା କରିଛନ୍ତି।ରାଜ୍ୟ ରେ ବର୍ତ୍ତମାନ ଯୋଗାଣ ବ୍ୟବସ୍ଥା ପଞ୍ଚାୟତ ଗୁଡିକରେ ଠପ ହୋଇଯାଇଥିବା ଦେଖିବାକୁ ମିଳୁଛି। ଯେଉଁ ଦିନ ପର୍ଯ୍ୟନ୍ତ ସରକାର ସ୍ଥାୟୀ ଘୋଷଣା କରି ନାହାଁନ୍ତି ସେତେ ଦିନ ପର୍ଯ୍ୟନ୍ତ ରାଜ ରାସ୍ତା ରୁ ହଟିବୁ ନାହିଁ ବୋଲି ସଙ୍ଗ ଚେତାବନୀ ଦେଇଛି। ଦୀର୍ଘ ବର୍ଷ ଧରି ରାଜ୍ୟ ରେ କାର୍ଯ୍ୟ କରୁଥିବା ଯୋଗାଣ ସହାୟକ ମାନେ କେବଳ ଆଠ ହଜାର ଟଙ୍କା ପାରିଶ୍ରମିକ ପାଇ କିଭଳି ଚଳିବେ ଏହି ମହଙ୍ଗା ଦୁନିଆରେ ସେମାନଙ୍କୁ ଚିନ୍ତା ବଡିବାରୁ ରାଜ ରାସ୍ତା କୁ ଆସିଥିବା କହିଛନ୍ତି ଧାରଣା ରେ ଅଂଶ ଗ୍ରହଣ କରିଥିବା କର୍ମଚାରୀ। ସରକାର ଯଥା ଶୀଘ୍ର ଦାବୀ ପୂରଣ କରିବା ନିମନ୍ତେ ଅନୁରୋଧ କରିଛନ୍ତି ରାଜ୍ୟ ଯୋଗାଣ ସହାୟକ ସଂଘ।( ଦୁଃଶାସନ ନାୟକ)
