July 14, 2026

ସଅଁରା -ନାଲିବର ଭାୟା ବରୁଣପଡା ଆର ଡି ରାସ୍ତାକାମ ସରୁନି : ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବାଟବଣା

IMG-20260713-WA0085
Share

ତିର୍ତ୍ତୋଲ ତା 13/7/2026 ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ସଅଁରା ପଞ୍ଚାୟତ ର ହାଇସ୍କୁଲ ପାଖରୁ ବିଗତ ତିନିବର୍ଷ ହେଲା ଆରମ୍ଭ ହୋଇଥିବା ସଅଁରା,-ନାଲିବର ଭାୟା ବରୁଣପଡା ଛଅକିଲୋମିଟର ରାସ୍ତାକାମ ଆଜିପର୍ଯ୍ୟନ୍ତ ଶେଷହୋଇପାରିନାହଁ l ମୁଖ୍ୟମନ୍ତ୍ରୀ ସଡ଼କଯୋଜନାରେ ଅନ୍ତର୍ଭୁକ୍ତ ଏହି ରାସ୍ତାକାମ ଆର ଡି ବିଭାଗ ଦ୍ୱାରା କରାଯାଉଥିବା ବେଳେ, ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ, ପ୍ରାଥମିକ ପର୍ଯ୍ୟାୟ ରେ ରାସ୍ତାଉପରେ ଯେଉଁ ସ୍ପଲମହରମ ଓ ମେଟାଲ ଚିପ୍ସ ଆଦି ପଡିଥିଲା, ସେଗୁଡିକ ଅଧିକାଂଶ ସ୍ଥାନରୁ ଉଠିଯାଇଥିବା ବେଳେ, ରାସ୍ତାର ଉଭୟପାର୍ଶ୍ଵ, ଖାଲଖମା ହୋଇଯାଇଥିବାରୁ, ଯାନବାହାନ ଚଳାଚଳ ଓ ପଥଚାରୀ ମାନଙ୍କ ଯାତାୟତ କ୍ଷେତ୍ରରେ ନାହିଁନଥିବା ଅସୁବିଧା ହେବାରୁ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ, ତିର୍ତ୍ତୋଲବ୍ଲକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ, ଓ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏ ସମ୍ପର୍କରେ ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା l ଶେଷରେ ଗତ ସୋମବାର ଦିନ ଆଞ୍ଚଳିକ ଅଧିବାସୀ ମାନେ ପୁନଃର୍ବାର ଜିଲ୍ଲାପାଳ ଙ୍କ ଜନଶୁଣାଣୀ ରେ ଉପସ୍ଥିତ ହୋଇ, ଆପତ୍ତିକରିଥିଲେ l ଏହି ରାସ୍ତା ଟି, ମୂଳିସିଂହ, ହରସିଂ ପୁର, ରସୁଲପୁର, ବରୁଣପଡା, ସ ଅଁରା, ଗୋପାଳପୁର, ଏରଡ଼ଙ୍ଗା ଆଦି ଚାରିପାଞ୍ଚ ଟି ପଞ୍ଚାୟତ ର ଶତାଧିକ ଗ୍ରାମବାସୀ ମାନେ, ଜଇପୁର – ଜଗତସିଂହପୁର ରାସ୍ତା କୁ ସଂଯୋଗ କରିଥାନ୍ତି l ଚାରିକୋଟି ସଇଁତିରିଶ ଲକ୍ଷଟଙ୍କା ସରକାରୀ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଥିଲା ବେଳେ, ଅଧାପନ୍ତୁରିଆ କାମକରି ଠିକାଦାରୀ ସଂସ୍ଥା ର ଆଉ ଦେଖା ଦର୍ଶନ ନାହିଁ l ଜିଲ୍ଲାପ୍ରଶାସନ ଓ ଆର ଡି ବିଭାଗର ପଦସ୍ଥ ଅଧିକାରୀ ମାନେ, ଏହି ନିମ୍ନମାନର କାମ ର ବାସ୍ତବ ଅନୁଧ୍ୟାନ କରି ଯେତେଶୀଘ୍ର ରାସ୍ତାନିର୍ମାଣ କାମ ଶେଷ କରିବାପାଇଁ, ନରୋତ୍ତମ ଭୂୟାଁ, ବିକ୍ରମ ମୁଦୁଲି, ଶରତ ବାରିକ, ସଚିତ୍ର ମୁଦୁଲି, ପ୍ରମିଳା ସାହୁ, ରୀନାରାଣୀ ବାରିକ , ଅନିରୁଦ୍ଧ ସ୍ୱାଇଁ, ତରୁଣ ସାହୁ, ଶିଶିର ସ୍ୱାଇଁ, ସୁଧାଂଶୁ ମୁଦୁଲି, ମୋହନ ଜେନା, ସଞ୍ଜୟ ବାରିକ ଓ ପ୍ରହ୍ଲାଦ ଭୂୟାଁ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ, ଏହି ଜନଶୁଣାଣୀ ରେ ଆପତ୍ତି ଅଭିଯୋଗ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର