July 14, 2026

ଭୁତାପଡା ମଙ୍ଗଳା ମନ୍ଦିରରେ ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ସକାଶେ କଳସାଧିବାସ

IMG-20260713-WA0082
Share

 

ସମ୍ବଲପୁର,୧୩/୦୭: ସମ୍ବଲପୁର ସହର ଭୁତାପଡା ମା’ ମଙ୍ଗଳାଙ୍କ ମନ୍ଦିରରେ ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ସକାଶେ ସୋମବାର ଆଷାଢ଼ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ସନ୍ଧ୍ୟା ଗୋଧୂଳୀ ଲଗ୍ନେ କଳସାଧିବାସ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଆଜି ଅପରାହ୍ନ ୪ ଟା ସମୟରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ଏଥିରେ ସହରର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ I ସ୍ଥାନୀୟ ମହାନଦୀ ଘାଟରୁ ଜଳ ଆଣି ଵିଧି ମୁତାବକ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା, ମୁଖ୍ୟ ଆଚାର୍ଯ୍ୟା ପଣ୍ଡିତ ବଂଶୀଧର ମିଶ୍ର, ପଣ୍ଡିତ ଆଦିତ୍ୟ ମିଶ୍ର, ପଣ୍ଡିତ ଜିତେନ୍ଦ୍ର ମିଶ୍ର, ପଣ୍ଡିତ ପ୍ରଣବ କୁମାର ମିଶ୍ର, ପ୍ରଦୀପ କୁମାର ଦାସ, ବିଦ୍ୟା ଦାସ, ଜୟନ୍ତ ମହାପାତ୍ର, ଦିଶାଙ୍କ ତ୍ରିପାଠୀ, ରାଜକୁମାର ଷଡ଼ଙ୍ଗୀ ପ୍ରମୁଖ ପୂଜା କାର୍ଯ୍ୟ କରୁଛନ୍ତି I ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ଇନ୍ଦ୍ରମଣୀ ଦାସ, ପ୍ରତାପ କୁମାର ମିଶ୍ର,ସୁରେଶ କୁମାର ମହାପାତ୍ର, ରସାନନ୍ଦ ବେହେରା, ପିତବାସ ବେହେରା, ଓମ ପ୍ରକାଶ ଦାସ, ଅସିତ ବିଶ୍ୱାଳ, ପଠାଣି ସାମନ୍ତ ଦାସ, ଅଲେଖ କୁମାର ଦାସ, ରବୀନ୍ଦ୍ର ବାରିକ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ଦେବଗଡ଼ ସହର ନିବାସୀ ଶ୍ରୀ ଯାଦବ ଚନ୍ଦ୍ର ଦେହୁରୀ ତାଙ୍କ ପତ୍ନୀ ଶ୍ରୀମତୀ ମମତା ଦେହୁରୀ ଏବଂ ସ୍ଥାନୀୟ ଧୁଚୁରାପଡା ନିବାସୀ ଶ୍ରୀ ସରୋଜ ସାହୁ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସାଗରୀକା ସାହୁ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି I ଆସନ୍ତାକାଲି ୧୪ ତାରିଖ (ମଙ୍ଗଳବାର) ନେତ୍ରୋତ୍ସବ / ପ୍ରାଣ ପ୍ରତିଷ୍ଠା, ୧୫ ତାରିଖ (ବୁଧବାର) ହୋମ ଯଜ୍ଞ ଏବଂ ୧୬ ତାରିଖ (ଗୁରୁବାର) ଆଷାଢ଼ ଶୁକ୍ଳପକ୍ଷ ଦିତୀୟା (ଶ୍ରୀଗୁଣ୍ଡିଚା) ଦିନ ଶ୍ରୀ ବିଗ୍ରହଙ୍କ ସିଂହାସନ ବିଜେ ଅନୁଷ୍ଠିତ ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି I

You may have missed