ଖୋର୍ଦ୍ଧା ପୋଲିସ କୁ ମିଲିଛି ବଡ଼ ସଫଳତା

ଖୋର୍ଦ୍ଧା ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରୁ କ୍ରମାଗତ ଭାବେ ଦୁଇଚକିଆ ଯାନ ଚୋରି କରି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଏକ ଅନ୍ତର୍ଜିଲ୍ଲା ବାଇକ୍ ଚୋର ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ।ସ୍ୱତନ୍ତ୍ର ଟିମ୍ର ଚଢ଼ାଉରେ ଏହି ଗ୍ୟାଙ୍ଗ୍ର ୪ ଜଣ ସଦସ୍ୟଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୧୬ଟି ଚୋରି ମୋଟରସାଇକେଲ ଜବତ କରାଯାଇଛି। ଜବତ ଗାଡ଼ି ମଧ୍ୟରେ ହିରୋ ଗ୍ଲାମର, ପଲସର, ସ୍ପ୍ଲେଣ୍ଡର, ଏଚଏଫ ଡିଲକ୍ସ, ମାଏଷ୍ଟ୍ରୋ, ସ୍କୁଟି, ସିଡି ଡିଲକ୍ସ ଓ ବଜାଜ ବକ୍ସର ଭଳି ବିଭିନ୍ନ ମଡେଲର ବାଇକ୍ ରହିଛି।
ଏହି ତ୍ୱରିତ ଓ ସଫଳ କାର୍ଯ୍ୟାନୁଷ୍ଠାନ ପାଇଁ ଖୋର୍ଦ୍ଧା ପୋଲିସକୁ ସ୍ଥାନୀୟ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି। ସେପଟେ ଏହି ଚୋର ଚକ୍ର ସହ ଜଡ଼ିତ ଅନ୍ୟ ସଦସ୍ୟଙ୍କୁ ଠାବ କରିବା ପାଇଁ ପୋଲିସର ତଦନ୍ତ ଜାରି|( ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା)
