July 11, 2026

ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାପ କାମୁଡା ସଚେତନତା 

IMG-20260711-WA0004
Share

 

ଅନୁଗୋଳ ( ଦେବାଶିଷ ଦାଶ )

 

ଅନୁଗୁଳ ଜିଲ୍ଲାର ମାଧପୁର ଅନ୍ତର୍ଗତ କୁଦଗାଁ ପଂଚାୟତ ର ପୀତବାସପୁର ରେ ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚିନ୍ମୟୀ ଦାସ ଙ୍କ ନେତୃତ୍ୱ ରେ ଏକ ସାପ କାମୁଡ଼ା ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. ଅତନୁ ପଟ୍ଟନାୟକ ଯୋଗଦେଇ ସାପ କାମୁଡ଼ା ପରେ ତୁରନ୍ତ ବୈଜ୍ଞାନିକ ଚିକିତ୍ସାର ଆବଶ୍ୟକତା, ଆଣ୍ଟି ସ୍ନେକ୍ ଭେନମ୍ (ASV)ର ଗୁରୁତ୍ୱ ଏବଂ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଫରେଷ୍ଟର ଦୀପକ ପ୍ରଧାନ, ପ୍ରବୀଣ ସାହୁ, ଲିଙ୍କି ସାହୁ, ମଧୁସୂଦନ ପ୍ରଧାନ ଏବଂ ସଂଗ୍ରାମ କର୍ଣ୍ଣ ଉପସ୍ଥିତ ରହି ସାପ ପରିବେଶର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି କହିଥିଲେ। ସେମାନେ ସାପକୁ ଅନାବଶ୍ୟକ ଭାବେ ନ ମାରି, ସୁରକ୍ଷିତ ଉଦ୍ଧାର ଓ ସଂରକ୍ଷଣ ପ୍ରତି ସମସ୍ତଙ୍କୁ ସଚେତନ କରିଥିଲେ।ଏହି ପରିପ୍ରେକ୍ଷୀରେ ଏକ ଶପଥ ପାଠ ଏବଂ ରାଲି କରାଯାଇ ସଚେତନତା କରାଯାଇଛି, କାର୍ଯ୍ୟକ୍ରମରେ ପୀତବାସ ପୁର ଗ୍ରାମବାସୀ ଙ୍କୁ ସାପ କାମୁଡ଼ାରୁ ବଞ୍ଚିବାର ଉପାୟ, କାମୁଡ଼ା ପରେ କ’ଣ କରିବା ଓ କ’ଣ ନ କରିବା ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। ସମସ୍ତଙ୍କୁ ସାପ କାମୁଡ଼ା ସଚେତନତା ଶପଥ ମଧ୍ୟ ପାଠ କରାଯାଇଥିଲା।

ସମଗ୍ର କାର୍ଯ୍ୟକ୍ରମ ଚିନ୍ମୟୀ ଦାସଙ୍କ ତତ୍ତ୍ୱାବଧାନରେ ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ଶେଷରେ ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉପସ୍ଥିତ ଅତିଥିବୃନ୍ଦ, ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଯାଇଥିଲା।ପୀତବାସପୁର ଗ୍ରାମମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚିନ୍ମୟୀ ଦାସ ଙ୍କ ନେତୃତ୍ୱ ରେ ଏକ ସାପ କାମୁଡ଼ା ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।‌ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. ଅତନୁ ପଟ୍ଟନାୟକ ଯୋଗଦେଇ ସାପ କାମୁଡ଼ା ପରେ ତୁରନ୍ତ ବୈଜ୍ଞାନିକ ଚିକିତ୍ସାର ଆବଶ୍ୟକତା, ଆଣ୍ଟି ସ୍ନେକ୍ ଭେନମ୍ (ASV)ର ଗୁରୁତ୍ୱ ଏବଂ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଫରେଷ୍ଟର ଦୀପକ ପ୍ରଧାନ, ପ୍ରବୀଣ ସାହୁ, ଲିଙ୍କି ସାହୁ, ମଧୁସୂଦନ ପ୍ରଧାନ ଏବଂ ସଂଗ୍ରାମ କର୍ଣ୍ଣ ଉପସ୍ଥିତ ରହି ସାପ ପରିବେଶର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି କହିଥିଲେ। ସେମାନେ ସାପକୁ ଅନାବଶ୍ୟକ ଭାବେ ନ ମାରି, ସୁରକ୍ଷିତ ଉଦ୍ଧାର ଓ ସଂରକ୍ଷଣ ପ୍ରତି ସମସ୍ତଙ୍କୁ ସଚେତନ କରିଥିଲେ।ଏହି ପରିପ୍ରେକ୍ଷୀରେ ଏକ ଶପଥ ପାଠ ଏବଂ ରାଲି କରାଯାଇ ସଚେତନତା କରାଯାଇଛି,