ଗଜପତି:- ଜିଲ୍ଲାରେ ୭୭ ତମ ବନ ମହୋତ୍ସବ ପାଳିତ : “ଏକ ପେଡ଼ ମା’ କେ ନାମ” ଅଭିଯାନରେ ବୃକ୍ଷରୋପଣ
ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଏବଂ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ’ର ମିଳିତ ଆନୁକୂଳ୍ୟରେ ୭୭ ତମ ବନ ମହୋତ୍ସବ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି ।
ଏହି ଅବସରରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମୟାଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା , ଜୈବ ବିବିଧତା’ର ସଂରକ୍ଷଣ ଏବଂ ସବୁଜ ପରିବେଶ ଗଠନରେ ବୃକ୍ଷର ଗୁରୁତ୍ୱ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ , ଡି.ପି.ସି. କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଶ୍ରୀ ଲକ୍ଷ୍ମଣ ପାଇକ , ଶ୍ରୀ ବୈକୁଣ୍ଠ ସାର୍ , ଶ୍ରୀ ମନ୍ମଥ ସାର୍ , ଶ୍ରୀ ଗୌରୀ ସାର୍ , ଶ୍ରୀ ପ୍ରଦ୍ୟୁମ୍ନ ପତି ସାର୍ , ଡି.ଏସ୍.ଏସ୍. ଶ୍ରୀ ୱାଇ. କ୍ରୀଷ୍ଣା ରାଓ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ରହିବା ସହ ସମ୍ପୂର୍ଣ ସହଯୋଗ କରିଥିଲେ।
ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ଜିଲ୍ଲା ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର “ଏକ ପେଡ଼ ମା’ଙ୍କ ନାମ (ମା’ ପାଇଁ ଗଛଟିଏ)” ଅଭିଯାନକୁ ସଫଳ କରିବା ପାଇଁ ଗଜପତି ଜିଲ୍ଲାର ସମସ୍ତ ବ୍ଲକର ସ୍କାଉଟ୍ ମାଷ୍ଟର , ଗାଇଡ୍ କ୍ୟାପ୍ଟେନ୍ ଏବଂ ଜୁନିୟର ରେଡକ୍ରସ୍ କାଉନସେଲର ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ଶ୍ରୀ ପାତ୍ର କହିଥିଲେ ଯେ , ଜିଲ୍ଲାର ପ୍ରାୟ ସମସ୍ତ ବିଦ୍ୟାଳୟରେ ଏହି ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ପ୍ରତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି।
କାର୍ଯ୍ୟକ୍ରମ ଶେଷରେ ସମସ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ କରି ସେଗୁଡ଼ିକର ଯତ୍ନ ନେବା ପାଇଁ ଶପଥ ଗ୍ରହଣ କରିଥିଲେ।
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————-
