July 11, 2026

ଉମରକୋଟ ନିକଟସ୍ଥ ସିଉନି ବନ୍ ସଂରକ୍ଷଣ ସମିତି କୁ ମୁଖ୍ଯମନ୍ତ୍ରୀ ପୁରସ୍କାର ପ୍ରଦାନ…………

IMG-20260709-WA0022
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବନାଞ୍ଚଳ ଅଧିନ ରେ ଆସିଥିବା ସିଂସ।ରି ସେକ୍ସନ ରାଜପୁର ବିଟ ର ଶିଉନି ସଂରକ୍ଷଣ ସମିତି କୁ ନବରଙ୍ଗପୁର ଜିଲ୍ଲାର ସର୍ବୋଚ୍ଚ ବନ ସଂରକ୍ଷଣ ସମିତି ଭାବେ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି। ତାରା ଗାଁ ନିକଟସ୍ତ ପାତ୍ରପୁଟ ଠାରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକ,ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲା ଟେରିଟରି ଓ କେନ୍ଦୁଲିଫ ଡି ଏଫ୍ ଓ, ଓ ଉମରକୋଟ ରେଞ୍ଜର ଦେବସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁ ସୁରକ୍ଷା ଓ ବୃକ୍ଷ ରୋପଣ ପାଇଁ ଏହି ସମିତି କୁ ପୁରଷ୍କାର ପ୍ରଦାନ କରାଯାଇଛି। ପୁରସ୍କାର ରାଶି ସ୍ୱରୂପ ୫୦ ହଜାର ଟଙ୍କା ର ଚେକ୍ ଓ ମାନପତ୍ର ପ୍ରଦାନ କରାଯାଇଛି। ସମିତି ର ସଭାପତି ମନ୍ ଭତ୍ରା ଓ ସମ୍ପାଦକ କୀର୍ତ୍ତନ ମାଝୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏଥି ପାଇଁ ଉମରକୋଟ ବନାଞ୍ଚଳ ଅଧିକାରୀ , ସିଂସ।ରି ସେକ୍ସନ ର ବନ ପାଳ ଓ ସମସ୍ତ ବନରକ୍ଷୀଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଛି।