July 10, 2026
ajiro khabar
Share

 

 

୧-ଭୁବନେଶ୍ୱର:କାର୍ଯ୍ୟକାରୀ ହେଲା କେଜିରୁ ପିଜି ମାଗଣା ଶିକ୍ଷା,+୨, ସ୍ନାତକ ଓ ପିଜିରେ ନାମ ଲେଖା ମାଗଣା। ଚଳିତ ବର୍ଷ ନାମ ଲେଖାଇଥିବା ପିଲାଙ୍କୁ ଫେରସ୍ତ ହେବ ଫି।

 

୨-ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ, କଟ୍ ଅଫ୍ ମାର୍କ ଶୀର୍ଷରେ ରହିଛି ରେଭେନ୍ସା।

 

୩-ଆଜି ଦିନ ୧୧ଟାରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ଜଳଭଣ୍ଡାରର ଜଳସ୍ତର ରହିଛି ୬୧୧. ୨୩ ଫୁଟ।

 

୪-ଭୁବନେଶ୍ୱର:ପ୍ରଥମ ପର୍ଯ୍ୟାୟରେ,ମାର୍ଚ୍ଚ ୨୦୨୭ ସୁଦ୍ଧା ୨୨୦୦ ଗୋଦାବରୀଶ ସ୍କୁଲ ନିର୍ମାଣ ହେବ।

 

୫-ଭୁବନେଶ୍ୱର:ସ୍ମାର୍ଟ୍ ସିଟି ଢାଞ୍ଚାରେ ହେବ ମଡେଲ ଗାଁ, ସର୍ଭେ ସରିଲା, ପ୍ରକଳ୍ପ ଡିଜାଇନ ପ୍ରସ୍ତୁତି ଆରମ୍ଭ ହେବ।

 

୬-ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ, ଜାତୀୟ ବ୍ଲୁ-ଇକୋନୋମି ଓ ମତ୍ସ୍ୟ କ୍ଷେତ୍ରର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ।

 

୭-ପୁରୀ:ରଥଯାତ୍ରା ପାଇଁ ବଡ଼ ପ୍ରସ୍ତୁତି; ୩ ରଥ ପାଇଁ ଗଠନ ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ବୈଷୟିକ ଦଳ।

 

୮-ଜୟପୁର:ଭିଜିଲାନ୍ସ ଜାଲରେ ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର, ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ।

 

୯-ବାଲେଶ୍ୱର ସହରରେ ଜଣ୍ଡିସ ଆତଙ୍କ; ମାସକରେ ୪ ୱାର୍ଡରେ ୧୫ରୁ ଅଧିକ ଆକ୍ରାନ୍ତ, ଦୂଷିତ ପାଣିକୁ ନେଇ ବଢ଼ିଲା ଚିନ୍ତା।

 

୧୦-ଭୁବନେଶ୍ୱର:କଠୋର ହେଲେ ସରକାର; ଫିଟନେସ, ବୀମା, ପରମିଟ୍ ନ ଥିଲେ ଜବତ ହେବ ଗାଡ଼ି।

 

୧୧-ନୟାପଲ୍ଲୀ:ରାଜଧାନୀ ଆପାର୍ଟମେଣ୍ଟରେ ଲଜ୍ଜା; ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଉସା ଗିରଫ,ମାଉସୀ ଗଲେ ଜେଲ୍।

 

୧୨-ଡିଜିପି ଦେଲେ ବଡ଼ ସୂଚନା; ପୋଲିସରେ ମାନବ ସମ୍ବଳ ଅଭାବ, ଖାଲି ପଡିଛି ୩୩ ହଜାର ପଦବୀ।ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମାନବ ସମ୍ବଳ କମ୍ ରହିଛି।

 

୧୩-ଭୁବନେଶ୍ୱର:ଇଣ୍ଡିଆନ ଆଇଡଲ୍ ଫାଇନାଲରେ ଜ୍ୟୋତିର୍ମୟୀ ନାୟକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।

 

୧୪-କବିସୂର୍ଯ୍ୟନଗର:କଲରାପତରିଆ ବାଘ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ; ୩ ଜଣ ଅଟକ, ଦୋଷୀଙ୍କୁ ଛାଡ଼ ନାହିଁ କହିଲେ ଜଙ୍ଗଲ ମନ୍ତ୍ରୀ।

 

୧୫-ଆଜି “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ”ର ଶୁଭାରମ୍ଭ, ୨୩ ନୁହେଁ ୩୭୦ କି.ମି ଯାଏଁ ମାଛ ଧରିପାରିବେ ମତ୍ସ୍ୟଜୀବୀ।

 

୧୬-ନବରଙ୍ଗପୁର:ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଲା ବିଜେପି, କଂଗ୍ରେସ ଗଡ଼ରୁ ଆରମ୍ଭ କଲା ଅଭିଯାନ।

 

୧୭-ନୂଆ ଦିଲ୍ଲୀ:ପ୍ରଶ୍ନପତ୍ର ଲିକ୍ ପରେ କଡ଼ା ପ୍ରସ୍ତୁତି,୨୦୨୭ରେ CBT ମୋଡରେ ହେବ NEET,୬ ଦିନ ଚାଲିବ।

 

୧୮-ବ୍ରିଷ୍ଟିଲ୍:ଲକ୍ଷ୍ଯଚ୍ଯୁତ ଭାରତ କ୍ରିକେଟ ଦଳ ପାଇଁ ଶେଷ ସୁଯୋଗ,ଆଜି ଚତୁର୍ଥ ଟି୨୦।

 

୧୯-ଭାଙ୍କୋଭୋର:ଗୋଲ ସ୍କୋରିଂରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ଆଗୁଆ,୯୬ ମ୍ୟାଚ୍,୨୮୦ ଗୋଲ୍।

 

୨୦-ଅନିଲ ଅମ୍ବାନୀଙ୍କୁ ବଡ଼ ଝଟକା, ହଜାର ହଜାର କୋଟିର ଋଣ ଦୁର୍ନୀତି ମାମଲାରେ ଇଡିର ଚଢ଼ାଉ ଜାରି।

 

୨୧-ଗୁଜୁରାଟ,ରାଜକୋଟ:ଲୋମଟାଙ୍କୁରା ହତ୍ୟାକାଣ୍ଡ, ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାଆର ଲିଭ୍-ଇନ୍ ପାର୍ଟନରଙ୍କୁ ଛୁରୀ ଭୁସି ମାରିଲା ପୁଅ, ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ।

 

୨୨-କୋଲକାତା:ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍’ ସେଟ୍‌ରେ ଅଘଟଣ, ପୋକ କାମୁଡ଼ାରେ ଅଭିନେତା ରାଜେଶ ଶର୍ମାଙ୍କ ଅବସ୍ଥା ସଂକଟାପନ୍ନ।

 

୨୩-ବିଶ୍ୱ ଦେଖିବ ଭୟଙ୍କର ଗ୍ୟାସ୍-ତେଲ ସଙ୍କଟ ? ଆମେରିକୀୟ ଘାଟି ଉପରେ ବୋମା ବର୍ଷାକଲା ଇରାନ, ଚୁକ୍ତି ଶେଷ କଲେ ଟ୍ରମ୍ପ।