July 9, 2026

ଠେମରା ପାକ୍ସ ପକ୍ଷରୁ ଚାରାରୋପଣ

IMG-20260709-WA0104
Share

 

ସମ୍ବଲପୁର, ୯।୭: ସମ୍ବଲପୁର ମହାନଗର ଅନ୍ତର୍ଗତ ଠେମରା ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ପକ୍ଷରୁ ସମବାୟ ସପ୍ତାହ ଅବସରରେ ଚାରାରୋପଣ କରାଯାଇଛି। ସିନ୍ଦୁରପଙ୍କ ନିକଟ ମାଳତୀଜୋର ରାଜଘାଟ ଠାରେ ୧୦୦ରୁ ଅଧିକ ନିମ୍ବ, ଅର୍ଜୁନ, କରଞ୍ଜ ଭଳି ମୂଲ୍ୟବାନ୍ ଚାରାରୋପଣ କରାଯାଇଥିଲା। ଏ ଅବସରରେ ସମବାୟ ସମିତିର ଭାପତି ଚନ୍ଦ୍ରଶେଖର ପଣ୍ଡା, ମୁଖ୍ୟଅତିଥି, ସାମ୍ବାଦିକ ପ୍ରଭୁଦତ୍ତ ପୂଜାରୀ, ନେତୃସ୍ଥାନୀୟ ବ୍ୟକ୍ତି ମହାଦେବ କିଷାନ, ବିଭୂତି ଭୂଷଣ ପଣ୍ଡା, ସମବାୟ ସମିତି ସମ୍ପାଦକ ପ୍ରଦ୍ୟୋତ ପଟ୍ଟନାୟକଙ୍କ ସମେତ ପ୍ରଫୁଲ୍ଲ ସାହୁ, ଗୋବିନ୍ଦ ସେଠ, ସ୍ୱାଗତ ସାହୁ, ବାସୁଦେବ ନାଥ, ନୂତନ ମିର୍ଦ୍ଧା, କୁନ୍ଥୁ ନାଏକ, ବାସୁଦେବ ମିର୍ଦ୍ଧା, ଶେଷ ମିର୍ଦ୍ଧା, ଅଜୟ ମିର୍ଦ୍ଧା, ଅର୍ଜୁନ ମିର୍ଦ୍ଧା, ଅରୁଣ ମିର୍ଦ୍ଧା ପ୍ରମୁଖ ଚାରାରୋପଣ କରିଥିଲେ। ଏହାସହ ସମସ୍ତେ ପରିବେଶ ସୁରକ୍ଷାର ସଂକଳ୍ପ ନେଇଥିଲେ।