July 4, 2026

ଆଦର୍ଶ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା।   

IMG-20260704-WA0108
Share

 

ବୋଲଗଡ଼, ୪/୭(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ଅନ୍ତର୍ଗତ ଅସରଳା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ମାସ ୩୦ତାରିଖ ରେ ଅବସର ଗ୍ରହଣ କରିଥିବା ଆଦର୍ଶ ଶିକ୍ଷକ ସୁବାସ ଚନ୍ଦ୍ର ଖଣ୍ଡାଇଙ୍କ ସମ୍ମାନାର୍ଥେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଶାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଓ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପାତ୍ରଙ୍କ ତତ୍ତ୍ଵାବଧାନରେ ଶନିବାର ଦିନ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ବୋଲଗଡ଼ ଶୈକ୍ଷିକ ଉନ୍ନୟନ ପରିଷଦ ର ଉପଦେଷ୍ଟା ପଦ୍ମଚରଣ ବେହେରା ମୁଖ୍ୟ ବକ୍ତା, ଅସରଳା ସ୍ଥିତ ହରିହର ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ କ୍ଷେତ୍ରବାସୀ ରଣା, ବିଦ୍ୟାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଭିକାରୀ ପୁଷ୍ଟି, ବିଦ୍ୟାଳୟ , ପୂର୍ବତନ ସରପଞ୍ଚ ଫକୀର ସ୍ୱାଇଁ, ପୂର୍ବତନ ବୋଲଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଯୋଧନ ସ୍ୱାଇଁ, ପଞ୍ଚାୟତ ସଦସ୍ୟ ଦିଲ୍ଲୀପ ସାମନ୍ତରାୟ, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ନିରୂପମା ଶ୍ରୀଚନ୍ଦନ,ପିଚୁକୁଳି ସ୍ଥିତ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ବିଶ୍ୱଜିତା ପ୍ରିୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ନେତା ପ୍ରଫୁଲ୍ଲ ସିଂହ ଅତିଥି ପରିଚୟ ପ୍ରଦାନ ଓ ସଭା ସଂଯୋଜନା କରିଥିଲେ। ଉକ୍ତ ସଭାରେ ଶିକ୍ଷକ ଭଗବତ ପ୍ରସାଦ ପାଣ୍ଡେ, ସୁକାନ୍ତ କୁମାର ଜେନା, ବୋଲଗଡ଼ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ର ସଭାପତି ପ୍ରମୋଦ କୁମାର ପଣ୍ଡା ଓ ସମ୍ପାଦକ ବାସୁଦେବ ବରାଡ , ବରିଷ୍ଠ ଶିକ୍ଷକ ଭାଗିରଥି ଗୁରୁ, ବଂଶୀଧର ସ୍ୱାଇଁ,ସେବା ନିବୃତ ଶିକ୍ଷକ ଶ୍ରୀ ଖଣ୍ଡାଇଙ୍କ ସହଧର୍ମିଣୀ ରୀନା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ। ଶ୍ରୀ ଖଣ୍ଡାଇ ଏକାଧାରରେ ଜଣେ ସମୟାନୁବର୍ତୀ, କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ, ସମସ୍ତ ବିଷୟବସ୍ତୁ ଶିକ୍ଷାଦାନ ରେ ପାରଙ୍ଗମ, ବନ୍ଧୁ ପ୍ରେମୀ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ସ୍ବରଚିତ କବିତା ମାଧ୍ୟମରେ ବିଦାୟୀ ଶିକ୍ଷକଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ବୋଲଗଡ଼ ବ୍ଳକ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଶିକ୍ଷକ ପ୍ରସନ୍ନ କୁମାର ରଣା, ଶିକ୍ଷୟିତ୍ରୀ ସସ୍ମିତା ମହାପାତ୍ର,ଆନନ୍ଦ ସେନାପତି, ପାଣ୍ଡବ ସିଂହ ସହଯୋଗ କରିଥିବା ବେଳେ ଶିକ୍ଷକ ଆଶିଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ