June 30, 2026

ଜିଲ୍ଲା ସ୍ତରୀୟ ଦ୍ବିଦିବସୀୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ 

IMG-20260629-WA0066
Share

ବୁଗୁଡା : ତା ୨୯/୦୬/୨୬ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଶ୍ରୀକର ଭଞ୍ଜ ଷ୍ପୋର୍ଟସ୍ ଏଣ୍ଡ କଲଚୁରାଲ ଆସୋସିଏସନ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ଦ୍ବିଦିବସୀୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀକର ଭଞ୍ଜ ଷ୍ପୋର୍ଟସ୍ ଏଣ୍ଡ କଲଚ୍ଯୁରାଲ ଆସୋସିଏସନ ସଭାପତି ଡ.ସୁବାସ ଚନ୍ଦ୍ର ପରିଡ଼ାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ପିପୁଲ୍ସ କଲେଜ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପିଇଓ ରବି ଚରଣ ମିଶ୍ର , ଶୋଭନୀୟ ପବ୍ଲିକ୍ ସ୍କୁଲ୍ ଏମଡି ଉନା ଅରବିନ୍ଦ ପାତ୍ର, ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଏସ୍.କେ. ଅଂଶୁଦିନ୍, ସୁଧାକର ବିଷୋୟୀ, ସଚ୍ଚିଦାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୧୯ଟି ମ୍ଯାଚ ଅନୁଷ୍ଠିତ ହେବାନେଇ ଫିକସର ପ୍ରସ୍ତୁତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ଯାଚଟି ନାଉଳି ଟିମ୍ ଓ ବରଗାଁ ଟିମ୍ ମଧ୍ୟରେ ଖେଳା ଯାଇଥିବା ବେଳେ ରେଫେରି ଏମ୍.ଶ୍ରୀନିବାସ ଦୋରା, ଆମ୍ପାୟର ଅଂଶୁମାନ ବିଷୋୟୀ ଓ ସୁନୀଲ କୁମାର ନାୟକ ମ୍ଯାଚକୁ ପରିଚାଳନା କରିଥିଲେ ଏବଂ ସ୍କୋରର୍ ଭାବେ ଦିପକ କୁମାର ସାହୁ, ସହାୟକ ସ୍କୋରର ଭାବେ ବିଭୁ ପ୍ରସାଦ ବେହେରା ଓ ଅକ୍ଷୟ କୁମାର ନାଇକ ନିୟୋଜିତ ରହିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ମ୍ଯାଚଗୁଡିକୁ ବହୁ ଦର୍ଶକ ମନଭରି ଉପଭୋଗ କରିଥିଲେ।