June 29, 2026
ajiro khabar
Share

 

 

୧-ପୁରୀ:ଆଜି ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ।

 

୨-ପୁରୀ: ଶ୍ରୀକ୍ଷେତ୍ରରେ ଭକ୍ତ ସମୁଦ୍ର,ଦେହରେ ଦେହ ବାଜୁଛି ଓ ପାଦରେ ପାଦ ବି ବାଜୁଛି।ଆଗରେ ଥିବା ଲୋକକୁ ଅତିକ୍ରମ କରିବା ସମ୍ଭବ ହେଉନାହିଁ।

 

୩-୪୮ ଘଣ୍ଟାର ଅଲ୍ଟିମେଟମ୍: ପାଠ୍ୟପୁସ୍ତକ ମହାଘୋଟାଲାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ ଚେତାବନୀ।

 

୪-ଭୁବନେଶ୍ୱର:ଅଧା ଆଷାଢ଼ରେ ଅଗ୍ନି ବର୍ଷା, ନିଅଣ୍ଟିଆ ବର୍ଷା ଯୋଗୁଁ ପଡ଼ି ପାରୁନି ଧାନ ତଳି।୧ରେ ଲଘୁଚାପ ଶେଷ ଆଶା।

 

୫-ଭୁବନେଶ୍ୱର:ଜୁନରେ ଲୁଚକାଳି ଖେଳିଲା ମୌସୁମୀ ବର୍ଷା; ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା, ଆରମ୍ଭ ହୋଇପାରୁନି ଚାଷ କାର୍ଯ୍ୟ।

 

୬-ଜଗତସିଂହପୁରରେ ବାଲି ମାଫିଆଙ୍କୁ ବଡ଼ ଝଟକା: ବିରିଡିରୁ ୫୦୦ ଟ୍ରିପ୍‌ରୁ ଅଧିକ ବେଆଇନ ବାଲି ଜବତ, ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ।

 

୭-ଝାରସୁଗୁଡ଼ା:ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍, ପୀଡ଼ିତାଙ୍କୁ ୮ ଲକ୍ଷ ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ।

 

୮-କଳିଙ୍ଗ ଷ୍ଟୁଡ଼ିଓ ପୁନରୁଦ୍ଧାର କାମରେ ବଡ଼ ଅନିୟମିତତା, ୨୦୦ କୋଟିର ହେରଫେର ହୋଇଥିବା ଅଭିଯୋଗ।

 

୯-ଉମରକୋଟ,ନିନାଶପାଣୀ ଗ୍ରାମ:କୁସୁମ କୋଳି ତୋଳିବା ବେଳେ ବଜ୍ରାଘାତ, ଚାଲିଗଲା ମାଆ-ଝିଅଙ୍କ ଜୀବନ।

 

୧୦-କମିସନରେଟ୍ ପୁଲିସ ହାତରେ ମୋଷ୍ଟ ୱାଣ୍ଟେଡ୍ ଠକ ସଚିଦାନନ୍ଦ ଭୋଇ,୫ କୋଟି ଠକେଇ ମାମଲାରେ ଗିରଫ।

 

୧୧-ନବ ଦାସ ହତ୍ୟାକାଣ୍ଡରେ ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ : ତଥ୍ୟ ଅନୁଧ୍ୟାନ କରୁଛନ୍ତି ସରକାର।

 

୧୨-ରାଉରକେଲା:କାଳ ସାଜିଲା ଫେସବୁକ୍ ପ୍ରେମ; ଯିଏ ଥିଲା ବନ୍ଧୁ ସେ ହିଁ ନିଆଁ ଲଗାଇ ଜାଳିଦେଲା,ମେଡିକାଲ ବେଡରେ ସଂଘର୍ଷ କରୁଛନ୍ତି ଯୁବତୀ।

 

୧୩-ମାଲକାନଗିରି ପୋଲିସକୁ ବଡ ସଫଳତା; ଆନ୍ଧ୍ର ଓଡ଼ିଶା ସୀମାରୁ ଜବତ ହେଲା ବିପୁଳ ମାଓ ସାମଗ୍ରୀ।

 

୧୪-ତାମିଲନାଡୁ ଗ୍ୟାସ ଲିକ ଘଟଣା, ମୃତ୍ୟୁସଂଖ୍ୟା ୧୨କୁ ବଢ଼ିଲା।

 

୧୫-ପୁନେ: ଖୋଲୁଛି କେତନ ଅଗ୍ରୱାଲ ମର୍ଡର ମିଷ୍ଟ୍ରିର ସତ; ନିର୍ବନ୍ଧ ଦିନରୁ କେତନଙ୍କୁ ହତ୍ୟା ପାଇଁ ହୋଇଥିଲା ଷଡଯନ୍ତ୍ର।

 

୧୬-ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବେନ୍ ଷ୍ଟୋକ୍ସ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ହେବ ତାଙ୍କର ଶେଷ ମ୍ୟାଚ୍।

 

୧୭-ମନ ଭାଙ୍ଗି ଦେଲେ ମହିଳା ଟିମ: ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ହାରି ଟି-୨୦ ବିଶ୍ୱକପରୁ ବିଦା ହେଲା ଭାରତ।

 

୧୮-ବିଶ୍ୱବିଜେତାର ଲଜ୍ଜାଜନକ ପରାଜୟ, ଭାରତର ଟି-୨୦ ସିରିଜ ବିଜୟ ଧାରାରେ ଲାଗିଲା ବ୍ରେକ୍, ୦-୨ ସିରିଜ୍ କବ୍ଜା କରି ରେକର୍ଡ କଲା ଆୟର୍ଲାଣ୍ଡ।

 

୧୯-ଭିକ୍ଟୋରିଆ: ମୋଦୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ, ଉଭୟ ଦେଶ ମଧ୍ୟରେ ୯ ରାଜିନାମା ସ୍ବାକ୍ଷର।

 

୨୦-୬.୧ ତୀବ୍ରତାର ଭୂକମ୍ପରେ ଥରିଲା ଜାପାନ, ସତର୍କ ରହିବାକୁ ପରାମର୍ଶ।

 

୨୧-ପ୍ୟାରିସ:ତତଲା ତାଓ୍ବାରେ ୟୁରୋପ, ଫ୍ରାନ୍ସରେ ୧ ହଜାର ଲୋକଙ୍କ ମୃତ୍ୟୁ।