ନିଶା ମୁକ୍ତ ଭାରତ ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ
ପଡିଆ, ୨୫/୦୬ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ପ୍ରଶାସନ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଅଛି। ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦେଶା କାରାମ ଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିଶା ସେବନକୁ ବାରଣ କରାଯିବା ସହ ଏହାର କୁପରିଣାମ, ସମ୍ପ୍ରତି ସ୍ଥିତିରେ ନିଶା ସେବନ ଯୋଗୁଁ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଛାତ୍ର ଜୀବନରୁ ପ୍ରତ୍ୟକ ବ୍ୟକ୍ତି ନିଶା ନିବାରଣ ସମ୍ବନ୍ଧୀୟ ସଚେତନତା ଗ୍ରହଣ କଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡିଆ ବ୍ଲକ ସାଂସଦଙ୍କ ପ୍ରତିନିଧି ପି ଭେଙ୍କେଟେଶ୍ୱର ରାଓ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ପଡିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ରାଜ୍ ନାରାୟଣ ସିଂ, ପଡିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ସରକାର ଓ ନାକା ରବି କୁମାର ପ୍ରମୂଖ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ରାଜେଶ ବେହେରା, ଗୋବିନ୍ଦ ସରଦାର ଓ ମିଥୁନ ହାଲଦାର ପ୍ରମୁଖ ପରିଚାଳନା କରିଛନ୍ତି।
