June 26, 2026

ଜଙ୍ଗଲ ଜମି ପଟ୍ଟା ଦାବି ନେଇ ସି.ପି.ଆଇ ଦଳ ପକ୍ଷରୁ ଭବାନୀପାଟଣା ଠାରେ ବିରାଟ ରେଲି..

IMG-20260625-WA0039
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଗତକାଲି ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାସହ, ଜିଲ୍ଲାରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପାଇଁ ଦୀର୍ଘ ବର୍ଷରୁ ଆଦିମ ଆଦିବାସୀଙ୍କ ଦ୍ୱାରା ଦାବି ହୋଇ ଆସୁଥିବାବେଳେ, ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଆଦିମ ଆଦିବାସୀ ହିତାଧିକାରିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିବାବେଳେ, ଆଜି ଗୁରୁବାର ସକାଳେ ଭବାନୀପାଟଣା ସହରରେ ସି.ପି.ଆଇ ଦଳ ପକ୍ଷରୁ ଆଦିମ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବି ନେଇ ଏକ ବିଶାଳ ରେଲି କଢ଼ାଯାଇ ସହରର ପରିକ୍ରମା କରାଯାଇଥିଲା। ଏହି ରେଲିରେ ସି.ପି.ଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଥିଲା ଯେ’ ଜିଲ୍ଲାର ଆଦିବାସୀଙ୍କୁ ଶୀଘ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ ତଥା ସେମାନଙ୍କ ଭୂମି ଅଧିକାରକୁ ସୁନିଶ୍ଚିତ କରାଯାଉ। ସି.ପି.ଆଇ ର ବରିଷ୍ଟ ନେତୃବୃନ୍ଦ ମାନେ କହିଥିଲେ ଯେ’ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର ଅନେକ ଆଦିବାସୀ ପରିବାର ଜମି ଅଧିକାରରୁ ବଞ୍ଚିତ ରହିଛନ୍ତି ଏବଂ ସେମାନଙ୍କୁ ଶୀଘ୍ର ଜମିପଟ୍ଟା ପ୍ରଦାନ କରିବାସହ, ରାଜ୍ୟ ସରକାର ଏବିଷୟରେ ତ୍ୱରିତ ପଦକ୍ଷେପ ନିଅନ୍ତୁ। ଏଥିସହ ରେଲି ଶେଷ ହେବାପରେ ଦାବି ଗୁଡିକୁ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସି.ପି.ଆଇ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।