June 24, 2026
ajiro khabar
Share

୧-ପୁରୀ:ଚଳିତବର୍ଷ ରଥଯାତ୍ରା ଜଗିବେ ୨୦୦ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ସାରା ସହର।

୨-ଭୁବନେଶ୍ୱର:୨୮ ତାରିଖରେ ହେବ RI/Amin ପରୀକ୍ଷା, ଜୁଲାଇ ୫କୁ ଘୁଞ୍ଚିଲା ଓଟିଇଟି।ଟିଇଟି ଉତ୍ତୀର୍ଣ୍ଣ ଅବଧି ୩ ବର୍ଷକୁ ବୃଦ୍ଧି।

୩-ଝାରପଡ଼ା ଜେଲରେ ୭ କଏଦୀ ଅସୁସ୍ଥ,ନିଶା ଔଷଧ ଖାଇଥିବା ସନ୍ଦେହ।

୪-‘ରାତ୍ରିଚର ଓ କୁକୁର’ ପ୍ରସଙ୍ଗ: ସ୍ବର୍ଣ୍ଣ ମହଲ ଉପଦେଷ୍ଟାଙ୍କ ବୟାନକୁ ନେଇ ଯାତ୍ରାଜଗତରେ ଝଡ଼।

୫-ଭୁବନେଶ୍ୱର:ସାରା ଓଡ଼ିଶା ଛୁଇଁଲା ମୈ।ସୁମି, ଆସନ୍ତା ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ସମ୍ଭାବନା।

୬-ପାଟକୁରା ରାଜନୀତି: ବିଜେଡି ଓ ଅରବିନ୍ଦ ମହାପାତ୍ର ମୁହାଁମୁହିଁ।

୭-ନୟାଗଡ଼:ଉପଜିଲ୍ଲାପାଳଙ୍କ କଡ଼ା ଚେତାବନୀ, ବାପା-ମାଆଙ୍କ ସେବା ନକଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ।

୮-ରାଜଧାନୀରେ ପୁଣି ଜମିବ ସିନେମାର ମହାକୁମ୍ଭ; ୪ ଦିନ ଧରି ଚାଲିବ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍।

୯-ହାଇକୋର୍ଟଙ୍କ ଐତିହାସିକ ରାୟ: ବିବାହିତ ଝିଅ ମଧ୍ୟ ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି !

୧୦-ଭୁବନେଶ୍ୱର:ଘନଉଛି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ, ସଂଶୋଧିତ ପୁସ୍ତକରେ ବି ଭୁଲ୍ ବାହାରୁଛି।

୧୧-El Nino ଭୟକୁ ପଛରେ ପକାଇ ଚାଷୀ କଲେ ବମ୍ପର ଖରିଫ ଚାଷ, ଏବେସୁଦ୍ଧା ୧୨୦ ଲକ୍ଷ ହେକ୍ଟର ଜମିରେ ହେଲାଣି ବୁଣାବୁଣି।

୧୨-ଭଦ୍ରକ:ଲାଟିନ ଭିତରେ ମାଳ ମାଳ ନାଗ, ବଡ଼ ନାଗ ସହିତ ୨୯ଟି ଛୋଟ ସାପ ଉଦ୍ଧାର।

୧୩-ପୁରୀ ସହର ବାସିନ୍ଦାଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହେବ ସହଜ, ଆଉ ଛିଡା ହେବେନି ଲମ୍ୱା ଧାଡିରେ।ନିଜର ଆଧାର କାର୍ଡ ସ୍କାନ କରି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ।

୧୪-ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗାୟିକା ଅଲକା ୟାଗନିକ, ୩ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ।ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ର ଓ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ।

୧୫-କୋଲକାତା: ଗଙ୍ଗା ନଦୀରେ ଅଘଟଣ,ଡଙ୍ଗା ଉପରେ ବଜ୍ରପାତ,୪ ଜଣ ମୃତ।

୧୬-ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ; ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ୧୦ ଲକ୍ଷକୁ ବଢିଲା ସହାୟତା ରାଶି‌।

୧୭-ଜଗତସିଂହପୁର:ଜାଲ୍ ଜାତିଗତ ପ୍ରମାଣ ଦେଇ ଚାକିରୀ କରିବା ଅଭିଯୋଗରେ ବୃନ୍ଦାବନ ବିହାରୀ ହାଇସ୍କୁଲର ଶିକ୍ଷକ ସୁଶାନ୍ତ କୁମାର ମଣ୍ଡଳ ବହିଷ୍କୃତ।

୧୮-ଏକାଧିକ ଭୋଟର ପରିଚୟ ପତ୍ର ରଖିବା ଅଭିଯୋଗରେ ଅଭିନେତା ପ୍ରକାଶ ରାଜଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି।

୧୯-କୋଲକାତା:୮ ବିଦ୍ରୋହୀ ନେତାଙ୍କୁ ଦଳରୁ ବହିଷ୍କୃତ କଲେ ମମତା ବାନାର୍ଜୀ।

୨୦-ଭାଙ୍କ୍ୟୁଭର: ଫୁଟବଲ ବିଶ୍ବକପ୍‌ ଇତିହାସରେ ଇଜିପ୍‌ଟର ହେଲା ପ୍ରଥମ ବିଜୟ। ୩-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା ।

     🙏 *ସୁପ୍ରଭାତ* 🙏