June 15, 2026
ajiro khabar
Share

 

 

୧-ଭୁବନେଶ୍ୱର:ପହିଲି ରଜରେ ମସଗୁଲ୍ ସାରା ରାଜ୍ୟ, ଜମୁଛି ପୋଡ଼ ପିଠା ଓ ଖିଲି ପାନ ଖିଆ ସାଙ୍ଗକୁ ଦୋଳି ଖେଳ ଓ ତାସ୍ ଖେଳ।

 

୨-ପୁରୀ: ଦର୍ଶନ ଓ ମହାପ୍ରସାଦ ପାଇଁ ଯନ୍ତ୍ରଣା ଅସହ୍ୟ, ମୁଣ୍ଡ ପିଛା ୫ଶହ ,ନଚେତ୍ ଦୂର୍ ଦୂର୍,ମାର ମାର୍।

 

୩-ପୁରୀ: ରଥଖଳାରେ ୫୫ତମ ଦିନ, ସଂଯୋଗ ହେଲା ବଡ଼ ଧରା ପୋଟଳ।

 

୪-ଭୁବନେଶ୍ୱର:ଉପକୂଳ ଶୀତଳ, ଜଳୁଛି ପଶ୍ଚିମ,ବୈ।ଦ୍ଧରେ ପାରଦ ୪୨.୮ଂ।

 

୫-ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଚାଲିଛି ଜୋରଦାର ପ୍ରସ୍ତୁତି।

 

୬-ବଡମ୍ବା ଟି-ସେତୁ ଉପରେ ଭୟଙ୍କର ଦୁର୍ଘଟଣା।ଭଉଣୀ ଘରକୁ ଭାର ନେଇ ଯିବାବେଳେ ଦୁର୍ଘଟଣା, ବାଇକ୍ ଆରୋହୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଗଲା।

 

୭-ବନ୍ତ: ପାରିବାରିକ କଳହରୁ ରଜରେ ରକ୍ତପାତ, ଜନ୍ମକଲା ମା’କୁ ବିଭତ୍ସ ହତ୍ୟା କଲା ପିଶାଚ ପୁଅ।

 

୮-ଢେଙ୍କାନାଳ,ଅଢାପଲ୍ଲୀ ଗାଁ:କ୍ରିକେଟ ପଡିଆରେ ଖେଳୁଥିବାବେଳେ ବଜ୍ରାପାତ, ଚାଲିଗଲା ଯୁବକଙ୍କ ଜୀବନ।

 

୯-ଆଠଗଡ଼:ବଜ୍ରପାତରେ ୨ କୃଷକ ମୃତ ; ଆଶ୍ରୟ ନେଇଥିବା କୁଡ଼ିଆ ପୋଡ଼ି ପାଉଁଶ।

 

୧୦-ବାଇକ୍ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ, ଦିନକରେ NH 49 କୁଆଁର ଛକରେ ଗଲା ୫ ଜଣଙ୍କ ଜୀବନ

 

୧୧-ବାଲେଶ୍ଵର:ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ, ୨୨ ଯାତ୍ରୀ ଆହତ।ବସରେ ୫୩ ତର୍ଥ ଯାତ୍ରୀ ଥିଲେ l

 

୧୨-ଲଣ୍ଡନ:ହାତ ମିଶାଇଲେନି ହରମନପ୍ରୀତ, ମହିଳା ଟି୨୦ ବିଶ୍ୱକପରେ ବି ପାକିସ୍ତାନକୁ ଲାଗିଲା ଝଟକା।

 

୧୩-କେନ୍ଦ୍ରାପଡ଼ା:ମେଡିକାଲ ବେଡ୍ ରୁ ଚାମେଲି ଓଝାଙ୍କ ଅଭିଯୋଗ, କହିଲେ ଦିଆଯାଉଛି ନର୍ଯାତନା, ବିଭିନ୍ନ ମହିଳା ସଂଗଠନ ଭେଟିଲେ।

 

୧୪-ଦୀପ୍ତି ଶର୍ମାଙ୍କ ବୋଲିଂ ଆଗରେ ଆଣ୍ଠେଇଲା ପାକିସ୍ତାନ, ୬୪ ରନରେ ଜିତିଲା ଟିମ୍ ଇଣ୍ଡିଆ।

 

୧୫-ଏଥର ସିବିଟିରେ ହେବ ରେଲୱେ ନିଯୁକ୍ତି ପରୀକ୍ଷା: ରେଳମନ୍ତ୍ରୀ

 

୧୬-NEET ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ, ଜୁନ ୨୧ରେ ହେବ ପରୀକ୍ଷା।

 

୧୭-କୋଲକାତା:ଆକ୍ସନରେ ଶୁଭେନ୍ଦୁ ଅଧିକାରୀ, କୋଲକାତା ଏୟାରପୋର୍ଟରୁ ହଟାଯିବ ମସଜିଦ।

 

୧୮-ହାଇଦ୍ରାବାଦ:ଇଶିତା ସାଙ୍ଗୱାନ ହେଲେ NDAର ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ୍, ରଚିଲେ ଇତିହାସ।

 

୧୯-ନ୍ୟାସନାଲିଷ୍ଟ ସିଟିଜେନସ୍ ପାର୍ଟିରେ ବିଲୟ ହେବେ ବିଦ୍ରୋହୀ TMC ସାଂସଦ, ବାଚସ୍ପତି ଓମ ବିରଳାଙ୍କୁ ଦେଲେ ପତ୍ର।

 

୨୦-ମଧ୍ୟ ପ୍ରଦେଶ,ମୋରନା :ନିଆଁ ଲାଗିବା ଗୁଜବ, ଜୀବନ ବିକଳରେ ଟ୍ରେନରୁ ଡେଇଁପଡିଲେ ଯାତ୍ରୀ, ଆରପଟୁ ଆସୁଥିବା ଆଉ ଏକ ଟ୍ରେନ୍ ମାଡ଼ିଯିବାରୁ ୪ ମୃତ।

 

୨୧.ଆରମ୍ଭ ହେଲା ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଟି ଯାତ୍ରା। କଳାକାରଙ୍କ ସମାବେଶ, ସଜେଇ ହେଉଛି ସହର। ଉତ୍ସାହ ଓ ଶାନ୍ତି ଶୃଙ୍ଖଳା ସହିତ ଯାତ୍ରା ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଓ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ଜିଲ୍ଲା ପ୍ରଶାସନର ସତର୍କବାଣୀ, କୌଣସି ବିଶୃଙ୍ଖଳାକୁ କ୍ଷମା ନାହିଁ।