April 26, 2026

ଅଲେଖ ମାଳି ଗଞ୍ଜାମ ମହାବିଦ୍ୟାଳୟ ର ଟପ୍ପର

bf244625-c23d-4791-aa79-f71d7ee7579e
Share


—————————————-
ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଏଥିରେ ଗଞ୍ଜାମ କଲେଜ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳା ଫଳ 600 ରୁ 506 ମାର୍କ ରଖି ଅଖିଳ ମାଳି କଲେଜ ଟପ୍ପର ହୋଇଛନ୍ତି l ଏହି ସଫଳତା ପାଇଁ ନିଜ ବାପା ମା ଓ ଗଞ୍ଜାମ ସହରରେ ରହିଥିବା ଅଗ୍ରଣୀ କୋଚିଂ ସେଣ୍ଟର ଏସଏମ ଟିଉଟରିଆଲ ଡାଇରେକ୍ଟର ଇଞ୍ଜିନିଅର ଗଜେନ୍ଦ୍ର କୁମାର ତରାଇ ଏବଂ ପରିଚାଳକ ଶବର ତରାଇଙ୍କୁ ଏହି ଶ୍ରେୟ ଦେଇଛନ୍ତି ଟପ୍ପର ଛାତ୍ର ଅଲେଖ l ତତ ସଙ୍ଗେ ସଙ୍ଗେ ସେ ଦିନକୁ ଛଅ ରୁ ସାତ ଘଣ୍ଟା ପରିଶ୍ରମ କରିବାରୁ ସେ ଏହି ସଫଳତା ପାଇଥିବା କହିଛନ୍ତି l ସେ ମାଳିଜଗନ୍ନାଥ ପୁର ଗ୍ରାମର ମିଟର ରିଡର ମହେଶ୍ୱର ମାଳିଙ୍କ ପୁଅ ଅଟନ୍ତି l ଭବିଷ୍ୟତରେ ସେ ଡାକ୍ତର ହୋଇ ଲୋକଙ୍କ ସେବା କରି ବାପା ମା ଙ୍କ ଲକ୍ଷ୍ୟ ପୂରଣ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଲେଖ l ଏଥିସହ ଚଳିତ ବର୍ଷ ପରୀକ୍ଷାରେ ଏସଏମ କୋଚିଂ ସେଣ୍ଟର ଚେନାଇ ରେଡ଼ି 474, ସୁମନ ମଣ୍ଡଳ 449, ଗୋପାଳ କୃଷ୍ଣ ପଣ୍ଡା 416, ଆୟୁଷ୍ମାନ ସେଠୀ 415, ସନ୍ଧ୍ୟାରାଣୀ ସାହୁ 394, କାଜଲ ସ୍ୱାଇଁ 394,ଶୁଭାଶିଷ ପାଢ଼ୀ,390,ଟୁକୁନା ରେଡ଼ି 387, ଲିଲି ବେହେରା 380, ପୂଜା ମହାରଣା 376, ଡିମପଲ ମାଝୀ 367 ଏବଂ ଲିପ୍ସା ରେଡ଼ି 360 ମାର୍କ ରଖି 13 ଜଣ ଛାତ୍ରୀ ଛାତ୍ର ପ୍ରଥମ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିଥିବା ଜଣା ପଡିଛି l