ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୁର୍ନୀତିର ଗନ୍ଧ । ଭିଜିଲାନ୍ସ ତଦନ୍ତ ଦାବି ସହିତ ଥାନାରେ ଏତଲା ଦେଲେ ସରୋଜ ପଣ୍ଡା….
ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟୀ ଓ ପାତ୍ରପୁର ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗରେ ବ୍ୟାପକ ଅନିୟମିତତା ଓ ଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି | ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ନିକଟରେ ଲିଖୂତ ଅଭିଯୋଗ ଦାଖଲ କରିବା ସହିତ ଜରଡା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଚିକିଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗ୍ରାମାଞ୍ଚଳରେ ନିର୍ମାଣ ହୋଇଥିବା ରାସ୍ତା ତଥା ବିକାଶମୂଳକ କାର୍ଯ୍ୟର ମାନ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, କେତେକ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁଁ ନିର୍ମାଣ କାର୍ଯ୍ୟରେ ନିୟମକୁ ଅଣଦେଖା କରାଯାଇଛି। ଏ ବିଷୟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗ ସମ୍ପୂର୍ଣ ନିରବଦ୍ରଷ୍ଟା ସାଜିଛି। ଥାନାରେ ଅଭିଯୋଗ ପରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକି ରହିଲା। (ଚିକିଟି ସୁଭଶ୍ରୀ ପ୍ରଧାନ )
