ନକଲୀ ଜର୍ଦ୍ଦା କାରଖାନାରେ ଚଢ଼ାଉ,ବିଭିନ୍ନ ନକଲୀ ସରଞ୍ଜାମ ଜବତ ସହ 3ଜଣ ଗିରଫ
1, ଏସପି ଅଙ୍କିତ କୁମାର ବର୍ମା ଙ୍କ କଢା ନିର୍ଦ୍ଦେଶ ତେଲ ଚୋର, ମାଟି ମାଫିଆ, ଚୋରା ମଦ, ଧଳା ଜହର, ନକଲି ସାମଗ୍ରୀ କୁ ଗୋଡ଼େଇ ଧର, 2, ଚୋରା ମଦ, ଗଞ୍ଜେଇ , ନକଲୀ ସାମଗ୍ରୀ କୁ ଗୋଡ଼େଇ ଧରୁଛି ତିର୍ତ୍ତୋଲ sdpo ଅଜୟ ଦାସ , କୁଜଙ୍ଗ iic ଶିବାଶିଷ ଦାସ ଓ si ରଶ୍ମିରଂଜନ ଦାସ। 2 , ନକଲୀ ଜର୍ଦ୍ଦା କାରଖାନା ରେ ବିପୁଳ ପରିମାଣ ଜର୍ଦ୍ଦା , ଦାମୀ ବ୍ରାଣ୍ଡ କଭର 360 କିଲୋ ନକଲୀ ଜର୍ଦ୍ଦା ଓ 660 କିଲୋ ଜର୍ଦ୍ଦା ତିଆରି ସାମଗ୍ରୀ ଜବତ, 3 , 6ଟି ଜର୍ଦ୍ଦା ଓ ଗୁଟଖା ତିଆରି ମେସିନ୍ 1ଲକ୍ଷ ଟଙ୍କା, 3ଟି ମୋବାଇଲ୍ , ଏକ ଦାମୀ କାର ସହ ଘଟଣାରେ ସଂପୃକ୍ତ 3ଜଣ ବେକ୍ତିଙ୍କୁ ଗିରଫ କଲା ପୋଲିସ୍ ଟିମ୍ । କୁଜଙ୍ଗ ଥାନା ଅଧିନ ଆଲିଗଡ ଗ୍ରାମରେ ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରାଯାଇଛି। ଏହି କାରଖାନା ରୁ ବିପୁଳ ପରିମାଣର ଜର୍ଦ୍ଦା ଜବତ କରାଯିବା ସହିତ କାରଖାନା ର ମାଲିକ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜଗତସିଂହପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହିତ ମୁଖ୍ୟ ଅଭିଯୁକ୍ତ ତଥା କାରଖାନା ର ମାଲିକ ସୁବାସ ସ୍ବାଇଁ ନିଜ ଘର ନିକଟରେ ଏକ ଗୋଦାମ କରିଥିଲେ। ଯେଉଁଥିରେ ନକଲି ଗୁଟକା ଓ ଗୋପାଳ ଜର୍ଦ୍ଦା ପ୍ରସ୍ତୁତ କରାଯାଇ ବଜାରକୁ ଛଡା ଯାଉଥିଲା। ଏ ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ତିର୍ତ୍ତୋଲ sdpo ଅଜୟ ଦାସ ଓ କୁଜଙ୍ଗ iic ଶିବାଶିଷ ଦାସ ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ୩୬୦ କିଲୋ ନକଲି ଜର୍ଦ୍ଦା ଓ ୬୬୦ କିଲୋ ଜର୍ଦ୍ଦା ତିଆରି ସାମଗ୍ରୀ ଜବତ କରିଥିଲେ। ଏଥିସହିତ ଏହି କାରଖାନା ରେ ୬ ଟି ଜର୍ଦ୍ଦା ଓ ଗୁଟକା ତିଆରି ମେସିନ୍, ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ କମ୍ପାନୀ ର ଖୋଳ ଓ ଷ୍ଟିକର ମଧ୍ୟ ଜବତ କରାଯାଇଛି। ସେହିପରି ସେଠାରେ ଥିବା ନଗଦ ୧ ଲକ୍ଷ ଟଙ୍କା ଓ ଏକ କାର କୁ ମଧ୍ୟ ପୋଲିସ ଜବତ କରିଛି। ଏହି ଘଟଣାରେ କାରଖାନା ର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବିଜୟ ମୁଦୁଲି ଓ ସୁପରଭାଇଜର ପୂର୍ଣ୍ଣଚନ୍ଦ୍ର ବେଉରା କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ଏଠାରେ ନକଲି ଗୁଟକା ଓ ଜର୍ଦ୍ଦା ପ୍ରସ୍ତୁତ କରି ଅସଲି ଖୋଳରେ ପ୍ୟାକିଂ କରି ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଦୋକାନ ଓ ହୋଲସେଲ ଦୋକାନ ରେ ବିକ୍ରୟ କରିଥାନ୍ତି। ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କୋର୍ଟ ରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାର ତଦନ୍ତ ଏବେବି ଚାଲି ଏବଂ ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ଓ ଏମାନେ ଅନ୍ୟ କେଉଁ ଜିଲ୍ଲା କୁ ସପ୍ଲାଏ କରନ୍ତି ତାହାର ତଦନ୍ତ ଜାରି ରହିଥିବା ଏସପି ଅଙ୍କିତ କୁମାର ବର୍ମା ପ୍ରକାଶ କରିଛନ୍ତି।
( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
