June 14, 2026

କବିତା ସଂକଳନ ଝରକା ସେପାଖେ ଉନ୍ମୋଚିତ

IMG-20260614-WA0013
Share

ସମ୍ବଲପୁର:ସମ୍ବଲପୁର ସହରର ହୋଟେଲ ହରଜିତ ସଭାଗୃହ ରେ ଶିକ୍ଷାବିତ ତଥା ସାହିତ୍ୟିକ ଡ଼. ଉତ୍ପଳା ଦାସ ଷଡ଼ଙ୍ଗୀ ଙ୍କର କବିତା ସଂକଳନ ” ଝରକା ସେପାଖେ ” ଆଜି ପୂର୍ବାହ୍ନରେ ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ କବି ଅନନ୍ୟା ବେହେରା ଙ୍କର ସଂଯୋଜନା ରେ ଆୟୋଜିତ ସାରସ୍ବତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ସୌଭାଗ୍ୟବନ୍ତ ମହାରଣା, ସମ୍ମାନିତ ଅତିଥି ଭାବରେ ଡ଼. ପଦ୍ମାଳୟା ପଣ୍ଡା, ସମାଲୋଚକ ମୋହନ ସାହୁ ଓ ମୁଖ୍ୟବକ୍ତା ସାମ୍ବାଦିକ ତଫିଜୁଲ ହୁସେନ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରାରମ୍ଭ ରେ ଇଷ୍ଟଦେବୀ ସମଲେଶ୍ୱରୀ ଙ୍କର ପ୍ରତିକୃତି ରେ ପୂଜା ଅର୍ଚନା କରାଯାଇଥିଲା। ଶ୍ଳୋକ ଉଚ୍ଚାରଣ କରିଥିଲେ ସନତ ସାହୁ କରିଥିବା ବେଳେ ଶିଶୁ ନୃତ୍ୟଶିଳ୍ପୀ ତନୁଶ୍ରୀ କର, ବୈଷ୍ଣବୀ ଦାସ, ଜ୍ୟୋତିର୍ମୟୀ ମହାରଣା,ନୃତ୍ୟ ପରିବେଷଣ କରିବା ସହ ଓ ସୁଧାଂଶୁ ମୋହନ ପଟେଲ ସମଲେଶ୍ୱରୀ ଭଜନ ପରିବେଷଣ କରିଥିଲେ।

ଏହି ଅବସରରେ ଅତିଥି ମାନେ ଉନ୍ମୋଚିତ କବିତା ସଂକଳନ ” ଝରକା ସେପାଖେ ” ଓ କବି ଡ଼. ଷଡ଼ଙ୍ଗୀ ଙ୍କର ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାରଣା କହିଲେ ଯେ, ଓଡ଼ିଆ ସାହିତ୍ୟ ରେ କବିତା ର ବିଭିନ୍ନ ଦିଗ ଉପରେ ଆଲୋଚନା କରି, ପ୍ରସିଦ୍ଧ କବିତା ଗୁଡିକର ସମାଜ ପ୍ରତି ବାର୍ତ୍ତା ବିଷୟ ରେ ଆଲୋଚନା କରିଥିଲେ।

କବିତା ସଂକଳନ କବି ଡ଼. ଷଡ଼ଙ୍ଗୀ ଙ୍କର ” ଝରକା ସେପାଖେ ” ଙ୍କୁ ସମୀକ୍ଷା କରିଥିଲେ ମୋହନ ସାହୁ।ମୁଖ୍ୟବକ୍ତା ସାମ୍ବାଦିକ ତଥା କଲମ ପରିବାର ର ସଭାପତି ତଫିଜୁଲ ହୁସେନ କହିଲେ ଯେ କବି ଓ କବିତା ସମାଜ ପାଇଁ ବିଶେଷ ଅବଦାନ ରହିଛି ଓ ରହିଥିବ।ଯାହାକି ଯୁଗେ ଯୁଗେ କବି ମାନେ ସୃଷ୍ଟି କରି ଚାଲିଛନ୍ତି।କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯାୟରେ କବି ପଙ୍କଜିନୀ ନାୟକ ଓ କବି ମମତା ନାଥ ଙ୍କ ସଂଯୋଜନା ରେ ବହୁଭାଷୀ କବିତା ପାଠ ର ଆୟୋଜନ ହୋଇଥିଲା। ଏହି କବିତା ପାଠୋତ୍ସବରେ ୫୦ ରୁ ଉର୍ଦ୍ଧ କବି ନିଜସ୍ୱ କବିତା ଆବୃତି କରିଥିଲେ।ସମସ୍ତ କବିଙ୍କୁ ” ଝରକା ସେପାଖେ ” ର ସ୍ରଷ୍ଟା କବି ଉତ୍ପଳା ଦାସ ଷଡ଼ଙ୍ଗୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।