July 29, 2026

ପାଣି କାଦୁଅରେ ପରିପୂର୍ଣ୍ଣ ପକ୍କା ରାସ୍ତା। ଗାଁ ଲୋକେ ହନ୍ତସନ୍ତ, ସମାଧାନ ଦାବି

IMG-20260608-WA0004
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଅନ୍ତର୍ଗତ କାଶୀବାହାଲ ପଞ୍ଚାୟତ ଅଧିନସ୍ଥ ଧନସରା ଗ୍ରାମରେ ଗତ କିଛି ମାସ ହେବ ଗାଁ ମଧ୍ୟ ଦେଇ ଯାଇଥିବା ମୁଖ୍ୟ ପକ୍କା ରାସ୍ତା ଉପରେ ବରାବର କାଦୁଅ ପାଣି ଜମି ରହୁଥିବା ଯୋଗୁଁ, ସମସ୍ତ ଗ୍ରାମବାସି ଯାତାୟତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ, ଏହି ପକ୍କା ରାସ୍ତା କଡରେ, ଗାଁ ମଧ୍ୟରେ ଥିବା ଭାଗବତ ମଣ୍ଡପ ନିକଟରେ ଅବସ୍ଥିତ ଏକ ନଳକୂପରୁ ବର୍ଜ୍ୟ ଜଳ ନିଷ୍କାସନ ପାଇଁ ବହୁ ପୂର୍ବରୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଡ୍ରେନ ଠିକା କାମ ହାତକୁ ନେଇ ଡ୍ରେନ ନିର୍ମାଣ କରିଥିଲେ। କିନ୍ତୁ ଏହି ଡ୍ରେନଟି ସେହି ଠିକାଦାରଙ୍କ ଘର ସାମ୍ନା ପଟ ଦେଇ ଯାଇଥିବାବେଳେ, ଉକ୍ତ ଠିକାଦାର ଜଣକ ତାଙ୍କ ଘର ସାମ୍ନାରେ ଡ୍ରେନଟିକୁ ଅବରୋଧ କରି ଗେଟ ନିର୍ମାଣ କରିଛନ୍ତି। ଯାହାଫଳରେ ନଳକୂପରୁ ନିଷ୍କାସିତ ବର୍ଜ୍ୟ ଜଳ ସେହି ସ୍ଥାନରୁ ଉଛୁଳି ସାମ୍ନା ରାସ୍ତା ଉପରେ ବରାବର କାଦୁଅ ପାଣି ଜମା ହୋଇ ରହୁଥିବାବେଳେ, ଅନେକ ସମୟରେ ଗ୍ରାମବାସି ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ଏନେଇ ଗାଁ ଲୋକେ ଉକ୍ତ ଠିକାଦାରଙ୍କୁ ବାରମ୍ବାର କହିବା ସତ୍ତ୍ୱେ ଠିକାଦାର କିଛି କର୍ଣ୍ଣପାତ କରୁନାହାନ୍ତି। ତେଣୁ ବର୍ତ୍ତମାନ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଉକ୍ତ ଗ୍ରାମର ବୁଦ୍ଧିଯିବି ମାନେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଓ ବିଭାଗୀୟ କର୍ତ୍ତ୍ତୃପକ୍ଷଙ୍କ ଠାରେ ଦାବି ଜଣାଇଛନ୍ତି।