ବକୁଳବନ ଢାଞ୍ଚାରେ ବିକାଶ କରାଯିବ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କୁ

ତିର୍ତୋଲ, ୦୭/୦୬/୨୦୨୬
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଶିକ୍ଷାମଣ୍ଡଳ ଅଧୀନ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, କୋଲର, ଜୟପୁର ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଏହି ସଭାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ,ଶିଳ୍ପ ଦକ୍ଷତା ଓ ବୈଷୟିକଶିକ୍ଷା, ଓଡିଶା ଯୋଗଦେଇ ଥିଲେ । ଯେପରି ସତ୍ୟବାଦୀ ଠାରେ ବକୁଳବନ ବିଦ୍ୟାଳୟ ସ୍ଥାପନ କରା ଯାଇଥିଲା ଓ ସେଠାରେ ପିଲାମାନଙ୍କୁ ଯେପରି ସମସ୍ତ ପ୍ରକାର ଶିକ୍ଷାଦାନ କରାଯାଉଥିଲା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୁଡିକ ମଧ୍ୟ୍ୟ ଠିକ ସେହିପରି ଢାଞ୍ଚାରେ ପ୍ରସ୍ତୁତ କରାଯାଉଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି । ଏହି ସଭାରେ ସମ୍ମାନିୟ ଅତିଥି ଭାବେ ଶ୍ରୀଯୁକ୍ତ ଗିରିଜା ଶଙ୍କର ମଲ୍ଲିକ, ବି.ଡି.ଓ. ତିର୍ତୋଲ ଯୋଗ ଦେଇଥିବା ବେଳେ ଏହିସଭାରେ ଜିଲ୍ଲା ଶିକ୍ଷାଧିକାରୀ, କେଶବ ମେହେର ମହୋଦୟ , ତିର୍ତୋଲ ମଣ୍ଡଳ ଶିକ୍ଷାଧିକାରୀ, ଶ୍ରୀଯୁକ୍ତ ସୂର୍ଯ୍ୟ ରଞ୍ଜନ ଦାଶ, ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ, ଶିଶୁଅନନ୍ତ ଆଶ୍ରମ, ଅରିଲୋ ର ମୁଖ୍ୟ ସେବକ , ଶ୍ରୀବାସ ଦାସ, ପଞ୍ଚସଖା ଶିକ୍ଷାସେତୁ ସଙ୍ଗଠନ ର ସଭାପତି ଶ୍ରୀଯୁକ୍ତ ଯଦୁମଣି ମୁଦୁଲି ଯୋଗଦେଇଥିଲେ । ଏହି ସଭାରେ ସଭପତିତ୍ୱ କରିଥିଲେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାମଲ ମହୋଦୟ । ଏହି ସଭାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ, କମଳ ଲୋଚନ ପଣ୍ଡା, ପ୍ରଣବ ସାହୁ ( ସି.ର.ସି.ସି ), ଜୋତି ରଞ୍ଜନ ମହାନ୍ତି ( ସି.ର.ସି.ସି ),ଚିତ୍ତରଞ୍ଜନ ଦାସ (ସି.ଆର.ସି.ସି ) ପ୍ରମୁଖ ।
