ଆଜିର ଖବର..
୧-ବିପର୍ଯ୍ୟୟ ଆଣିବ ଏଲ୍ ନିନୋ, ଜୁନ୍ ରୁ ଅଗଷ୍ଟ…ତିନି ମାସ ଯାଏଁ ମରୁଡି ସମ୍ଭାବନା।
୨-ପୁରୀ:ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ସମ୍ମିଳନୀ, ବିପର୍ଯ୍ୟୟ ପରିଚାଳନା ପାଇଁ ହେବ ମାନସ ମନ୍ଥନ।
୩-ପୁରୀ:ଗୁଣ୍ଡିଚା ମନ୍ଦିରରେ ଉଚ୍ଚ ସ୍ତରୀୟ ଟିମ୍, ରଥଯାତ୍ରାର ୭ ଦିନ ପୂର୍ବରୁ ମନ୍ଦିର ଖୋଲିବାକୁ ପରାମର୍ଶ।
୪-ଭୁବନେଶ୍ୱର:ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ; ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ।
୫-ପୁରୀ:ଆରମ୍ଭ ହେବ ଇ-ହୁଣ୍ଡି ବ୍ୟବସ୍ଥା, ପୁରୀ ନଆସି ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ଦାନ କରି ପାରିବେ ଭକ୍ତ।
୬-ଓଡ଼ିଶାରେ ଉପକୂଳ ରାଜପଥକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ରାମେଶ୍ବରରୁ କୋଣାର୍କ ଦେଇ ପାରାଦୀପକୁ ନିର୍ମାଣ ହେବ ୧୬୩ କିମି ରାସ୍ତା।
୭-ପୁଣି ରାଜଧାନୀର ଫାଳିକିଆ ବସ୍ତିରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।
୮-ସୁନ୍ଦରଗଡ଼: ଟ୍ରକ୍ ଧକ୍କାରେ ଜଳିଗଲା ୧୮ ଚକିଆ, ଡ୍ରାଇଭର ଜୀବନ୍ତ ଦଗ୍ଧ।
୯-କାମାକ୍ଷାନଗର:ବଜ୍ରପାତରେ ଜଳିଗଲା ଛଅ ବଖରା ଘର, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଜଳିପୋଡି ପାଉଁଶ।
୧୦-ଭଦ୍ରକ:ଇନକମ ଟ୍ୟାକ୍ସ ଅଫିସରକୁ ମାଡ଼ି ବସିଲା ସିବିଆଇ, ଡୁପ୍ଲିକେଟ ପାନ୍ କାର୍ଡ ବାତିଲ କରିଦେବା ପାଇଁ ନେଉଥିଲେ ଲାଞ୍ଚ।
୧୧-GRP କନେଷ୍ଟବଳ ସୌମ୍ୟ ହତ୍ୟା କେସରେ ସଂପୃକ୍ତ ଯୁବତୀ ଓ ସାଙ୍ଗ ଓମଙ୍କୁ ମାରାଥନ ଜେରା, କଥାରେ ତାଳମେଳ ନେଇ ଉଠିଲା ପ୍ରଶ୍ନ !
୧୨-ସୂର୍ଯ୍ୟଙ୍କ ଉପରେ ସଙ୍କଟ, ସବୁଠୁ ଆଗରେ ଶ୍ରେୟସ, ଟିମ୍ ଇଣ୍ଡିଆକୁ ମିଳିବାକୁ ଯାଉଛି ନୂଆ ଟି-୨୦ ଅଧିନାୟକ।
୧୩-୪ ରାଜ୍ୟର ହାଇକୋର୍ଟରେ ହେବ ୧୨ ଜଜ୍ ଙ୍କ ନିଯୁକ୍ତି, ସୁପ୍ରିମକୋର୍ଟ କଲେଜିୟମରୁ ମିଳିଲା ମଞ୍ଜୁରୀ।
୧୪-ଅକ୍ଟୋବରରେ ଭାରତର ନ୍ୟୁଜଲାଣ୍ଡ ଗସ୍ତ,ଖେଳିବ ୫ଟି T20,୫ଟି ଦିନିକିଆ ଓ ୨ଟି ଟେଷ୍ଟ।
୧୫-ପାଟନା:ପୁଣି ଥରେ ଖାନ୍ ସାରଙ୍କ ଉପରେ ହମଲା; ବୋମା, ଗୁଳି ମାରି ଫେରାର ହେଲେ ଅଭିଯୁକ୍ତ।
୧୬-ଶୁଭେନ୍ଦୁ ସରକାର ଆସୁ ଆସୁ ଗାଙ୍ଗୁଲିଙ୍କ ସୁରକ୍ଷା ହ୍ରାସ, ମମତା ସରକାରରେ ମିଳିଥିଲା Z ସିକ୍ୟୁରିଟି।
୧୭-କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡି.କେ. ଶିବକୁମାର।
୧୮-ମମତା ବାନାର୍ଜୀଙ୍କ ଉପରେ ବଡ଼ ବିପର୍ଯ୍ୟୟ; ୮୦ ବିଧାୟକଙ୍କ ମଧ୍ୟରୁ ଦଳ ଛାଡ଼ିଲେଣି ୬୦ ଜଣ, ଭଣଜା ଅଭିଷେକ ବାନାର୍ଜୀଙ୍କ ଘରେ EDର ଚଢାଉ ଜାରି।
୧୯-ମମତାଙ୍କୁ ଆଉ ଏକ ଝଟକା, କୋଲକାତା ମେୟର ପଦରୁ ଇସ୍ତଫା ଦେଲେ ଫିରହାଦ ହକିମ।
୨୦-PF ଉଠାଣରେ ବଡ଼ ପରିବର୍ତ୍ତନ; ଘରେ ବସି ଅନଲାଇନ୍ କ୍ଲେମ୍, ଦରକାର ହେବ ନାହିଁ ନିଯୁକ୍ତିଦାତାଙ୍କ ଅନୁମତି।
୨୧-ଦିଲ୍ଲୀ ମାଲବ୍ୟ ନଗର ରେସ୍ତୋରାଁରେ ଅଗ୍ନିକାଣ୍ଡ ; ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ।
୨୨-ନୂଆଦିଲ୍ଲୀ: ବିପଦରେ ୧୮ ଲକ୍ଷ ଲୋକଙ୍କ ଜୀବନ । ୧୦,୦୦୦ ବର୍ଷ ପୂର୍ବେ ସକ୍ରିୟ ହୋଇଥିଲା ଫଲ୍ଟ ଲାଇନ୍ ,ଏବେ ପୁଣି ଘଟିବାର ସମ୍ଭାବନା, ନ୍ୟୁଜିଲାଣ୍ଡକୁ ମାଡ଼ି ଆସୁଛି ବିପଦ।
