September 22, 2026

ଉମରକୋଟ ଠାରେ ସ୍ବତନ୍ତ୍ର ସଂଘନ ସଂଶୋଧନ ୨୦୨୬ ସଚେତନ ଶିବିର ଅନୁଷ୍ଠିତ………..

IMG-20260602-WA0042
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ୨୦୨୬ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ERO ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆଙ୍କ ଆହ୍ବାନ କ୍ରମେ ଆୟୋଜିତ ଏହି ଶିବିରରେ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ, ସ୍ଵେଚ୍ଛା ସେବୀ ଓ ବୁଥ ସ୍ତରୀୟ ସଚେତନ ଦଳ (BAG) ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଶିବିରରେ ମୁଖ୍ୟତଃ ଦୁଇଟି ବିଷୟ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା। ପ୍ରଥମତଃ କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡନ୍ତି ସେଥି ପ୍ରତି ଦୃଷ୍ଟି ଦେବେ । ସେହିପରି କୌଣସି ଅଯୋଗ୍ୟ ଭୋଟରଙ୍କ ନାମ ଯେପରି ତାଲିକାରେ ନ ରହେ । ତେବେ ଏଥିରେ ଯେପରି କୌଣସି ମନୁଷ୍ୟକୃତ ତ୍ରୁଟି ନ ରହେ ସେଥି ପାଇଁ ସ୍ଥାନୀୟ ଆଞ୍ଚଳିକ ରାଜନୈତିକ କର୍ମୀ ବା ବିଶିଷ୍ଟ ନାଗରିକଙ୍କ ମତାମତ ଗ୍ରହଣ ପୂର୍ବକ ଯୁକ୍ତିଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଧ୍ୟାନ ଦେବାକୁ କୁହା ଯାଇଥିଲା । ଏଥିପାଇଁ ଥିବା ଫର୍ମ ଗୁଡ଼ିକ ପୂରଣ କରିବା, ସେଗୁଡ଼ିକର ଯଥାଯଥ ସଜ୍ଜା ଓ ଭୋଟରମାନଙ୍କୁ ବଣ୍ଟନ ଓ ସେମାନଙ୍କ ଠାରୁ ଆବଶ୍ୟକ ପ୍ରମାଣପତ୍ର ଆଣିବା ବେଳେ ସମସ୍ତ ବୁଥ ସ୍ତରୀୟ ଅଧିକାରୀ, କର୍ମୀ, ସ୍ଵେଚ୍ଛାସେବୀ ତଥା ସ୍ଥାନୀୟ ଜଣାଶୁଣା ନାଗରିକ ମାନଙ୍କ ସହାୟତାରେ କିପରି ଏହି ପରି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିବା ସେଥିପାଇଁ ନକ୍ସା ପ୍ରସ୍ତୁତ କରାଯାଇଥିଲା। ବୁଥ ସ୍ତରୀୟ ଅଧିକାରୀ ମନେଘର ଘର ବୁଲି ଏଥି ସମ୍ପର୍କିତ ଫର୍ମ ପ୍ରଦାନ ଓ ସଂଗ୍ରହ କରିବେ । ଏହା ସହ ସଦ୍ୟ ୧୮ ବର୍ଷ ବୟସରେ ପଦାର୍ପଣ କରିଥିବା ଯୁବ ଭୋଟର ମାନଙ୍କୁ ତାଲିକାରେ ଯୋଗ କରାଯିବା ପାଇଁ ଫର୍ମ ୬ ରେ ଆବେଦନ କରିବା ପାଇଁ ପଦକ୍ଷେପ ନିଆଯିବ । ସେହିପରି ଭୋଟର ମାନଙ୍କ ମଧ୍ୟରେ SIR ସମ୍ପର୍କରେ କୌଣସି ବିଭ୍ରାନ୍ତି ମୂଳକ ବିଚାର ବା ଗୁଜବ ପ୍ରତି ଧ୍ୟାନ ନ ଦେବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ଆଲୋଚନା କରାଯାଇ ଥିଲା । ସୂଚନା ଯୋଗ୍ୟ ଯେ ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ମେ ୩୦ ତାରିଖରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ BLO ମାନେ। ଘରକୁ ଘର ବୁଲି ଫର୍ମରେ ତଥ୍ୟ ରେକର୍ଡ କରିବେ ଓ ଜୁଲାଇ ୨୮ ତାରିଖରୁ ପୋଲିଂ ବୁଥ ଚିହ୍ନଟ, ଜୁଲାଇ ୧ ତାରିଖ ଦିନ ଯୋଗ୍ୟତା ଭୋଟର ତାଲିକା ପ୍ରକାଶ, ଜୁଲାଇ ୫ ତାରିଖ ଦିନ ଡ୍ରାଫ୍ଟ ଇଲେକ୍ଟରାଲ ତାଲିକା ପ୍ରକାଶ, ଜୁଲାଇ ୫ ତାରିଖରୁ ଅଗଷ୍ଟ ୪ ତାରିଖ ଯାଏଁ ଆପତ୍ତି ଅଭିଯୋଗ ଗ୍ରହଣ, ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ଯାଏଁ ସମସ୍ୟା ସମାଧାନ ଓ ସେପ୍ଟେମ୍ବର ୬ ତାରିଖ ଦିନ ଚୁଡାନ୍ତ SIR ତାଲିକା ପ୍ରକାଶ ପାଇବାର କାର୍ଯ୍ୟକ୍ରମ ଓ ସମୟ ସୀମା ଧାର୍ଯ୍ୟ କରାଯାଇଛି । ତେଣୁ ଏହି ପ୍ରସଙ୍ଗରେ ଜନ ସାଧାରଣଙ୍କ ପ୍ରତି ସୌହାର୍ଦ୍ଦ୍ୟ ଓ ସମ୍ବେଦନଶୀଳ ହେବା ପାଇଁ ଅପିଲ କରାଯାଇଥିଲା । ତଥ୍ୟ ସଂଶୋଧନ ତଥା ନୂତନ ତଥ୍ୟ ପ୍ରଦାନ କ୍ଷେତ୍ରରେ ଯୁକ୍ତି ଯୁକ୍ତ ପ୍ରମାଣପତ୍ର ସମ୍ପର୍କରେ ଆଲୋଚନା କରାଯାଇ ଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିବା ସହ ଏହାର ସଫଳତା କାମନା କରିଥିଲେ । ଏହି ମର୍ମରେ ଉମରକୋଟ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା AERO ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆ କହିଛନ୍ତି ଯେ, ଉମରକୋଟ ପୌର ପରିଷଦ ଅନ୍ତର୍ଗତ ୧୪ଟି ୱାର୍ଡରେ ୨୪ଟି ବୁଥରେ SIR କାର୍ଯ୍ୟ ଚାଲୁ ରହିବ ଏବଂ ଏଥି ପାଇଁ SVEEP, ଚୁନାବ୍ ପାଠଶାଲା, ମାଇକ ଉଦ୍ଘୋଷଣା, ପ୍ରାଚୀର ଚିତ୍ର, ଲିଫ୍ଲେଟ୍, ଫ୍ଲେକ୍ସ, ବ୍ୟାନର ଆଦି ଜରିଆରେ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସେ ମଧ୍ୟ ଏକ ନିର୍ଭୁଲ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସହଯୋଗ ପାଇଁ ନିବେଦନ କରିଛନ୍ତି ।

You may have missed