ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ର ଗୋପାଳ ଙ୍କୁ ଆଂଠେଇବା ଘଟଣା,ବିଜେଡି ପ୍ରତିନିଧି ଦଳ ଙ୍କ ପୀଡିତ ଙ୍କ ଗାଁ ଓ ଚନ୍ଦାହାଣ୍ଡି ଥାନା ଗସ୍ତ……….
ଚନ୍ଦାହାଣ୍ଡି:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଗତ ୨୧ ତାରିଖ ଦିନ ଲୋଧୁଆପଡ଼ା ଠାରେ ରାଇଘର ଅଂଚଳର କିଛି ଗୋପାଳ ସମ୍ପ୍ରଦାୟ ର ଗୋପାଳ ଓ ଆଦିବାସୀ ତଥା ଦଳିତ ବାଙ୍ଗୀୟ ଚାଷୀ ନିଜ ବଳଦ କୁ ନିଜ ଗାଁ କୁ ନେଇଁ ଯାଉ ଥିବା ସମୟ ରେ ନିରୀହ ଚାଷୀ ଙ୍କ ଉପରେ ଗୋରକ୍ଷା ନା ରେ ତଥାକଥିତ ବଜରଙ୍ଗ ଦଳ ର ସଭ୍ୟ ବୋଲାଉଥିବା ଗେରୁଆ ଗୁଣ୍ଡା ମାନେ ଅକଥନିଅ ଅତ୍ୟାଚାର ପ୍ରସଙ୍ଗ ଥମିବାର ନାଁ ନେଉ ନାହିଁ। ଏହାକ୍ରମଶଃ ବ୍ଲକ, ଜିଲ୍ଲା ଏବଂ ବର୍ତମାନ ରାଜ୍ୟ ପ୍ରସଙ୍ଗ ପାଲଟି ଥିବାବେଳେ ଆଜକୁ ଦଶ ଦିନ ହେବ ପୋଲିସ ର ନିଷ୍କ୍ରିୟତା ପ୍ରସଙ୍ଗ କୁ ଆହୁରି ଜଟିଳ ଆଡ଼କୁ ଟାଣି ନେଉଛି। ଏହି କ୍ରମରେ ଆଜି ବିଜେଡି ର ଏକ ପ୍ରତିନିଧି ଦଳ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କ ଅଧ୍ୟକ୍ଷତା ରେ ରାଇଘର ବ୍ଲକ ସ୍ଥିତ ପୀଡିତ ଙ୍କ ହଳଦୀ ଗ୍ରାମ ଗସ୍ତ କରି ସବିଶେଷ ତଥ୍ୟ ଅନୁଧ୍ୟାନ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟ ମାନଙ୍କ କହିବା ଅନୁସାରେ ଘଟଣା ଅତ୍ୟନ୍ତ ବର୍ବରଚିତ ହୋଇଥିବା ବେଳେ ଏହି କାଣ୍ଡ ଭିଆଇ ଥିବା ଅସାମାଜିକ ଯୁବକ ମାନେ ମାନବିକତା ର ଶେଷ ସୀମା ଟପି ଯାଇଛନ୍ତି। ଗୋପାଳ ସମ୍ପ୍ରଦାୟ ର କୌଳିକ ବୃତ୍ତି ଗାଇ ଚରେଇବା, ଗୋ ପାଳନ କରିବା ହୋଇଥିବା ବେଳେ ଗୋରକ୍ଷା ନା ରେ ଗୋପାଳଙ୍କୁ ଆକଥନିଅ ଅତ୍ୟାଚାର କରିବା ସହ ଆଣ୍ଠେଇ ଆଣ୍ଠେଇ ୪୪ ଡିଗ୍ରୀ ଖରା ରେ ଚଲେଇବା ସହ ତାଙ୍କ ଗୁପ୍ତାଙ୍ଗ ରେ କଣ୍ଟା ଗେଞ୍ଜିବା ଆଦି ଅମାନୁଷିକ କାର୍ଯ୍ୟ ସଭ୍ୟ ସମାଜ ରେ କଦାପି ଗ୍ରହଣୀୟ ନୁହଁ। ଅନ୍ୟପକ୍ଷରେ ପୋଲିସ ଏନେଇ ସରକାରୀ ଦଳ ର ଚାପରେ ହାତ ରେ ହାତ ବାନ୍ଧି ବସିବା ଆହୁରି ସମସ୍ତ ଙ୍କୁ ଚକିତ କରିଛି ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି। ଏହା ପରେ ପ୍ରତିନିଧି ଦଳ ଚନ୍ଦାହାଣ୍ଡି ଥାନା ଗସ୍ତ କରି ଉମରକୋଟ ଏସ ଡ଼ି ପି ଓ ଶୁଭେନ୍ଦୁ ଶବର ଙ୍କୁ କିଭଳି ଭାବରେ ଏଭଳି ଏକ ସ୍ପର୍ଶ କାତର ପ୍ରସଙ୍ଗ କୁ ପୋଲିସ ଦବେଇ ଦେବାକୁ ଉଦ୍ୟମ କରିବା ସହ ଉପଯୁକ୍ତ ଧାରା ନଲଗେଇ ଅଭିଯୁକ୍ତ ଙ୍କୁ ସୁହାଇଲା ଭଳି ଧାରା ଲଗେଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ। ଏଥି ସହ ଆଗାମି ଏକ ସପ୍ତାହ ମଧ୍ୟରେ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରା ନଗଲେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରା ପୂର୍ବକ ଚନ୍ଦାହାଣ୍ଡି ଥାନା ଘେରାଉ କରାଯିବ ବୋଲି କମିଟି ର ଅଧ୍ୟକ୍ଷ ମନୋହର ରନ୍ଧାରୀ ଚେତାବନୀ ଦେଇଛନ୍ତି। ପୂର୍ବତନ ସାଂସଦ ରମେଶ ମାଝୀ ଏହି ଘଟଣା କୁ ତୀବ୍ର ନିନ୍ଦା କରିବା ସହ ନବରଙ୍ଗପୁର ଭଳି ଶାନ୍ତି ପ୍ରିୟ ଜିଲ୍ଲା ରେ ଏଭଳି ଘଟଣା କେବେ ଘଟି ନଥିବାବେଳେ ବିଜେପି ସରକାର କୁ ଆସିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ଅଭିଯୋଗ କରିବା ସହ ଘଟଣା ର ମାଷ୍ଟର ମାଇଣ୍ଡ ସହ ସମସ୍ତ ଅଭିଯୁକ୍ତ କୁ ଗିରଫ କରିବାକୁ ଦାବି କରିଥିଲେ। ଏହି ପ୍ରତିନିଧି ଦଳରେ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ରମେଶ ମାଝୀ, ପ୍ରଦୀପ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ,ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର,ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ,ସୁବାଷ ଗଣ୍ଡ, ନବୀନା ନାୟକ, ଜ୍ୟୋତିନ୍ଦ୍ର ନାଥ ଗଣ୍ଡ, ବାସୁଦେବ ଗୌଡ଼, ନୀଳମଣି ଗୌଡ଼,ଋଷୁ ବାଘ ପ୍ରମୁଖ ଉପସ୍ଥିତ ଥିଲେ।
