ବିଜୁଳି ଓ ଘଡଘଡ଼ିରେ ୨୫ ଛେଳି ମୃତ, ଚାଷୀଙ୍କୁ ବଡ଼ କ୍ଷତି..
ସାନଖେମୁଣ୍ଡି, ଗଞ୍ଜାମ:(ବିଜୟ କୁମାର ପ୍ରଧାନ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏସ୍. ଗୋପାଳପୁର ପଞ୍ଚାୟତର ଏସ୍. ଗୋପାଳପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବଜ୍ରପାତ ଓ ବିଜୁଳି ଘଡଘଡ଼ି ଯୋଗୁଁ ଗ୍ରାମର ବିନୋଦ ଗୌଡ଼ଙ୍କର ପ୍ରାୟ ୨୫ଟି ଛେଳି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ ଅଞ୍ଚଳରେ ବର୍ଷା ସହ ପ୍ରବଳ ବଜ୍ରପାତ ହୋଇଥିବା ବେଳେ ଛେଳିଗୁଡ଼ିକ ଏକ ସ୍ଥାନରେ ଏକତ୍ରିତ ହୋଇ ରହିଥିଲେ। ଏହି ସମୟରେ ବଜ୍ରପାତ ଘଟିବାରୁ ୨୫ଟି ଛେଳି ଘଟଣାସ୍ଥଳରେ ହିଁ ମରିଯାଇଥିଲେ। ଏହି ଘଟଣାରେ ବିନୋଦ ଗୌଡ଼ଙ୍କର ବ୍ୟାପକ ଆର୍ଥିକ କ୍ଷତି ହୋଇଥିବା ଜଣାପଡ଼ିଛି।ଘଟଣାର ଖବର ପାଇ ଗ୍ରାମବାସୀ ଏବଂ ପଶୁ ଚିକିତ୍ସକ ଏବଂ ତାଙ୍କ ଷ୍ଟାପ ଘଟଣାସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ।କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
