ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯାଳୟ ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ସୋମବାର ଦାଇତ୍ୱ ନେଇଛନ୍ତି ଶ୍ରୀ ସୋନିଆ ନାୟକ. ଏହି ଅବସର ରେ ଦୁଇ ଜଣ ଯନ୍ତ୍ରୀଙ୍କ ସମେତ ସମସ୍ତ କର୍ମଚାରି ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣେଇଥିଲେ. ସମସ୍ତ ୱାର୍ଡର ଉନ୍ନୟନ ମୂଳକ କାମ. ପରିମଳ ବ୍ୟବସ୍ଥା.ରାସ୍ତାଘାଟ. ଆଲୁଅ. ପାନୀୟ ଜଳ ଇତ୍ୟାଦି ଉପରେ ଆଲୋଚନା କରିବା ପରେ କ୍ଷେତ୍ର ପରିଦର୍ଶନ କରି ୱାର୍ଡ ବାସୀଙ୍କ ସହ ମଧ୍ୟ ସାକ୍ଷାତ କରି ସମସ୍ୟା ଗୁଡିକ ପଚାରି ବୁଝି ଥିବାର ଜଣାଯାଇଛି.ସହର ର ସମସ୍ତ ସମସ୍ୟା ଗୁଡିକ ଖୁବ ଶୀଘ୍ର ସମାଧାନ ହେବ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
