June 3, 2026
IMG-20260602-WA0017
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଥୁ. ରାମପୁର ବ୍ଲକ ଅନ୍ତର୍ଗତ ତଳଝାପି ପଞ୍ଚାୟତ ଅଧିନସ୍ଥ ରାଣୀପଦର ଗ୍ରାମର ରାଧିକା ନାଏକ, ସୁବାସ ନାଏକ, ଉପେନ୍ଦ୍ର ନାଏକ, ବିଳାଟ ନାଏକ ଓ ସହଦେଵ ନାଏକ ପ୍ରମୁଖ ୫ ଜଣ ଆଜି ସକାଳେ ଏକ ଅଟୋରିକ୍ସାରେ କୌଣସି କାର୍ଯ୍ୟରେ ଭବାନୀପାଟଣାକୁ ଆସୁଥିବାବେଳେ, ଥୁ. ରାମପୁର ଠାରୁ ୬ କି.ମି ଦୂରରେ ଥିବା ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଡାକକୋଟା ଗ୍ରାମ ନିକଟରେ ଅଟୋରିକ୍ସାଟି କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା।ଏଥିରେ ଅଟୋରେ ସବାର ସମସ୍ତେ ଗୁରୁତର ଆହତ ହୋଇଥିଲେ। ଏହାପରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ସମସ୍ତଙ୍କୁ ଅଟୋ ମଧ୍ୟରୁ ଉଦ୍ଧାର କରାଯାଇ, ଥୁ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ସହଦେଵ ନାଏକ ଓ ରାଧିକା ନାଏକଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ, ଏହି ଦୁଇ ଜଣଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ବର୍ତ୍ତମାନ ଚିକିତ୍ସା ଜାରି ରହିଛି।

You may have missed