June 2, 2026

ଛତ୍ରପୁର ମହୋତ୍ସବ ୨୦୨୬ ଉଦ୍ଘାଟିତ 

IMG-20260601-WA0060
Share

 

ଛତ୍ରପୁର : ୦୧.୦୬.୨୬(ଅରୁଣ କୁମାର ପଣ୍ଡା ) ଗଂଜାମ ଜିଲ୍ଲା ସଦର ମହକୁମା ଠାରେ ଜୁନ୍ ୧ ଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ୨୦୨୬ ଛତ୍ରପୁର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ସୋମବାର ଏହି ମହୋତ୍ସବ କୁ ମୁଖ୍ୟ ଅତିଥି ଭାବେ ଖଣି ଇସ୍ପାତ ଓ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ଗଂଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଙ୍କ ସହ ପ୍ରମୁଖ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତି ପରମ୍ପରା କୁ ରୁଦ୍ଧିମନ୍ତ କରିବା ପାଇଁ ଏହି ମହୋତ୍ସବ ଅବଦାନ ରହିବ । ଏହି ଅବସରରେ ଗଂଜାମ ଲୋକକଳା ଓ ସଂସ୍କୃତି ପରିବେଷଣ କରାଯିବ । ଏହା ସହ ପଲିଶ୍ରୀମେଳା , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,ଖାଦ୍ୟ ମେଳା ଏବଂ ସୁଭଦ୍ରା ଶକ୍ତି ଆୟୋଜନ କରାଯାଇଛି । ବିଭିନ୍ନ ଦିବସରେ ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ସୁନାମ ଧନ୍ୟ କଳାକାର ମାନଙ୍କ ଦ୍ୱାରା କଳା ପ୍ରଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ସୂଚନା ଯୋଗ୍ୟ ଯେ ଛତ୍ରପୁର ସହର ରେ ଦୀର୍ଘ ୨୫ ଦିନ ହେଲା ମା ରାମାୟଣ ମ୍ମା ଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଛି । ଜନ ସାଧାରଣ ମାନେ ଯାତ୍ରା ସହ ମହୋତ୍ସବ ଉପଭୋଗ କରିବେ ବୋଲି ଜଣାପଡ଼ିଛି। ଏହି ଅବସର ରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଗୌରୀ ଶଙ୍କର ସାମନ୍ତରାୟ, ଉପସଭାପତି ଗଙ୍ଗାଧର ଶତପଥୀ, ସାଧାରଣ ସମ୍ପାଦକ ଏନ୍ ଦୁର୍ଯ୍ୟଧନ ରେଡ୍ଡୀ, ବସନ୍ତ ବେହେରା,ଛତ୍ରପୁର ମଣ୍ଡଳ ସଭାପତି ଗୌରୀ ନାହାକ,ବରିଷ୍ଠ ନେତା ରଜତ ପଣ୍ଡିତ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏଥି ସହିତ ବିଭିନ୍ନ କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।