ଚଳିତ +୨ କଳାବିଭାଗ ର ୧୦ ଜଣ ମେଧାବୀ ଛାତ୍ରୀଙ୍କୁ କଲେଜ ତରଫରୁ ଭବ୍ୟ ସମ୍ବର୍ଦ୍ଧନା

ତିର୍ତ୍ତୋଲ ,
ଓଡ଼ିଶାର ନାମୀ ଦାମୀ ମହାବିଦ୍ୟାଳୟ ମାନଙ୍କ ପରି ୬୦୦ ମାର୍କ ରୁ ୫୧୨ ମାର୍କ ରଖି ନୂତନ ଭାବେ ଖୋଲା ଯାଇଥିବା ମହାବିଦ୍ୟାଳୟ ର ପ୍ରଥମ ବ୍ୟାଚ ର ଛାତ୍ରୀ ଭାବେ ଗୌରବ ଅର୍ଜନ କରିଛନ୍ତି ରହେନା ଯାହାନ ଆରା । କେବଳ ସେ ଏକା ନୁହନ୍ତି,ତାଙ୍କ ସହିତ ଅଧ୍ୟୟନ କରୁଥିବା ଆଉ ୯ ଜଣ ଛାତ୍ରୀ ମଧ୍ୟ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବାରୁ ମହାବିଦ୍ୟାଳୟ ତରଫରୁ ତାଙ୍କୁ ଉପଢୌକନ, ଫୁଲ ତୋଡ଼ା ସହିତ ସମ୍ବର୍ଦ୍ଧନା ଓ ସମ୍ମାନିତ କରାଯାଇଛି ।ଗ୍ରାମାଞ୍ଚଳ ମଧ୍ୟରେ ନୂତନ ଭାବେ ଆରମ୍ଭ ହୋଇଥିବା ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କର ଏପରି ରେଜଲ୍ଟ ଦେଖି ଅଞ୍ଚଳ ବାସୀ ଭାରପ୍ରାପ୍ତ ଅଧ୍ୟକ୍ଷ ଙ୍କୁ ସବୁ ଶ୍ରେୟ ପ୍ରଦାନ କରି କଲେଜ ର ଉତ୍ତରୋତ୍ତର କାମନା କରିଛନ୍ତି । ଏପରି ଗୌରବ ମୟ ମାହୋଲ ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ତ କୃଷ୍ଣାନନ୍ଦପୁର ହାଜି ଶେଖ ସମ୍ମିରୁଦ୍ଦିନ ମହାବିଦ୍ୟାଳୟ ରେ । ଗତ ଦୁଇ ବର୍ଷ ହେବ ଆରମ୍ଭ ହୋଇଥିବା +୨ କଳା ବିଭାଗ ରେ ଚଳିତ ବର୍ଷ ପ୍ରଥମ ବ୍ୟାଚ ପରୀକ୍ଷାର୍ଥୀ ଭାବେ ସର୍ବମୋଟ ୬୦୦ ନମ୍ବର ରୁ ରେହେନା ଯାହାନ ଆରା ୫୧୨ ନମ୍ବର,ବିବି ଆତେଫା ୪୮୬, ନୁସରତ ଆରା ୪୬୦,ନୁସରତ ଯାହାନ ୪୨୯,ନାସରା ତାନଜିନ ୪୨୯,କାନିଶ ଫାତମା(A) ୩୯୬, ଆୟେଶା ସିଦ୍ଦିକ(A) ୩୮୯, ଆୟେଶା ସିଦ୍ଦିକ(B)୩୮୪,କାନିଶ ଫାତମା(B)୩୭୭,ସାଦିଆ ଆଫ୍ରିନ ୩୭୨ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି ।ଏହି ମେଧାବୀ ଛାତ୍ରୀ ମାନଙ୍କ ସହିତ ସେମାନଙ୍କ ଅବିଭାବକ ଙ୍କୁ ଆମନ୍ତ୍ରଣ କରାଯାଇ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ ଅଧ୍ୟକ୍ଷ ପ୍ରତାପ କୁମାର ସେଠୀ । ଶ୍ରୀଯୁକ୍ତ ସେଠୀ ହାଜି ଶେଖ ସମ୍ମିରୁଦ୍ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପଦବୀରେ ଥାଇ ଯେଉଁପରି ଭାବେ ଶିକ୍ଷାର୍ଥୀ ମାନଙ୍କର ଶିକ୍ଷାଦାନ କୁ ଗୁରୁତ୍ୱ ଦେଇ ଏପରି ଗୌରବ ଅର୍ଜନ କରାଇବାରେ ସହଯୋଗ ଓ ଶ୍ରମ ଦାନ କରିଛନ୍ତି, ସେଥିପାଇଁ କଲେଜ ଷ୍ଟାଫ ତଥା ଅବିଭାବକ ମାନେ ତାଙ୍କୁ ଭୁୟସୀ ପ୍ରଶଂସା କରିଥିବାର ଦେଖିବାକୁ ମିଳିଥିଲା । ଆଗାମୀ ବର୍ଷ ମାନଙ୍କରେ ଛାତ୍ରଛାତ୍ରୀ ମାନେ ଆହୁରି ଭଲ ନମ୍ବର ରଖି ପାରିବେ ବୋଲି ଆଶା ପୋଷଣ କରିବା ସହିତ ଶିକ୍ଷାଦାନ ର ମହତ୍ୱ କୁ ଅଧିକ ଗୁରୁତ୍ୱ ଦିଆ ଯିବ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ସେଠୀ ମତ ପ୍ରଦାନ କରିଥିଲେ ।କଲେଜ ର ସମ୍ପାଦକ ମିର୍ଜା ସାମସୁଦ୍ଦିନ ବେଗ ସମ୍ବର୍ଦ୍ଦିତ ଛାତ୍ରୀମାନେ ଆଗାମୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପ୍ରେରଣା ର ଉତ୍ସ ହୋଇ ରହିବେ ବୋଲି ମତ ରଖିଥିଲେ । କଲେଜ ର ଏହି ଖୁସୀର ମାହୋଲ ରେ ଇତିହାସ ବିଜ୍ଞାନ ଅଧ୍ୟାପକ ସୁରେଶ ଚନ୍ଦ୍ର ନାୟକ,ଓଡ଼ିଆ ଅଧ୍ୟାପଜ ସୁକାନ୍ତ କୁମାର ମହାନ୍ତି, ରାଜନୀତି ବିଜ୍ଞାନ ଅଧ୍ୟାପକ ଜ୍ୟୋତି ପ୍ରକାଶ ଚୟିନୀ,ଅର୍ଥଶାସ୍ତ୍ର ଅଧ୍ୟାପିକା ରେଣୁକା ସ୍ୱାଇଁ,ଇଂରାଜୀ ଅଧ୍ୟାପିକା କିରଣ ଦାସ,ସମାଜବିଜ୍ଞାନ ଅଧ୍ୟାପିକା ସୋନିକା ରାଉତରାୟ ଆଦି ନିଜ ନିଜର ମନ୍ତବ୍ୟରେ ଶିକ୍ଷାର୍ଥୀଙ୍କ ଅଧ୍ୟବସାୟ, ଓ ନିଷ୍ଠା କୁ ପ୍ରଶଂସା କରି ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନସୂୟା ସାହୁ, ଅତସୀ ସେଠୀ, ଅନିତା ସାହୁ,ସୌମ୍ୟା ସୁଚରିତା ବେହେରା,ଜିନତ ଆରା ବେଗମ୍,ତାପସ କୁମାର ଷଢଙ୍ଗୀ,ନିହାର ରଞ୍ଜନ ନାୟକ,ଆଦିତ୍ୟ ଲେଙ୍କା, ବସାରତ ଅଲ୍ଲୀ,ତସାୱାର ହୋସେନ,ଅଵାସ ଉଦ୍ଦିନ,ରାଜେଶ ସାହୁ, ବାଦଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଶେଷରେ ଜ୍ୟୋତି ସାର ଧନ୍ୟବାଦ ଅର୍ପଣ କରିଥିଲେ । ( ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
