September 22, 2026
IMG-20260601-WA0022
Share

ପାରଳାଖେମୁଣ୍ଡି (୩୧.୦୫.’୨୬) ସ୍ଥାନୀୟ ଉପ କାରାଗାର ଠାରେ ଦୁଇ ମୁଖ୍ୟ କାରାରକ୍ଷୀ *ମଙ୍ଗୁଳୁ* *ସେଠୀ,ପ୍ରତାପ ଚନ୍ଦ୍ର* *ଦାସଙ୍କୁ* ଅବସର କାଳୀନ ବିଦାୟ ସମ୍ବର୍ଥନା ପ୍ରଦାନ କରାଯାଇଛି। ଉପ କାରାଗାର ଅଧୀକ୍ଷକ କାମାକ୍ଷୀ ପ୍ରସାଦ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ପ୍ରାକ୍ତନ ଉପ କାରାଗାର ଅଧୀକ୍ଷକ ହନୁ ସେଠୀ ମୁଖ୍ୟ ଅତିଥି ,ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ସମ୍ମାନିତ ଅତିଥି ଭାବେ ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡିର ସମ୍ପାଦିକା ତନୁଜା ଶତପଥୀ, ଯୋଗଦାନ କରିଥିଲେ। ସହକାରୀ କାରାପାଳ ଭାଗିରଥୀ ପଣ୍ଡା ସ୍ଵାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିବା ବେଳେ ମହିଳା କାରାରକ୍ଷୀ ଜଲି ଦାଶ ସମ୍ବର୍ଥନl ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ଉଭୟ ସଂବର୍ଥିତ ବ୍ୟକ୍ତିଙ୍କୁ ସ୍ମୃତି ସୌରଭ ସଭାରେ ସୁସ୍ଥ ,ଶାନ୍ତିମୟ ଓ ଦିର୍ଘ ଜୀବନ କାମନା କରିଥିଲେ। ମୁରଲୀ ସେଠୀ, ଶ୍ରୀକାନ୍ତ ପଣ୍ଡା ଓ କାରାଗାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

You may have missed